STORYMIRROR

Rajendra Bishoyi

Tragedy

3  

Rajendra Bishoyi

Tragedy

ଦନାର ମାଝୀ

ଦନାର ମାଝୀ

1 min
180

ଅସହାୟ ମଣିଷଟା ସିଏ

ସେ ସହିଛି ଦାରିଦ୍ର୍ୟର

କଷାଘାତ ନିଜେ 

ରୋଗାଗ୍ରସ୍ତ ସ୍ତ୍ରୀକୁ ତାହାର

ବଞ୍ଚିତ କରିଛି ପଇସା ଅଭାବେ 

ଭଲ ଚିକିତ୍ସାରୁ

ତେଣୁ କରି ତା ସହଧର୍ମିଣୀ

ମରଣପଥର ଯାତ୍ରୀ ସାଜିଗଲା 

ବିଛଣାରେ ଲଢି ଲଢି 

ମୃତ୍ୟୁ ସାଙ୍ଗରେ ସେ 

ଟଙ୍କା ନାହିଁ ପାଶେ ବୋଲି ତାର

ଆସିଲାନି ଶବ ବୁହା ଗାଡି

ସ୍ତ୍ରୀ ଶବ କାନ୍ଧରେ କାନ୍ଧେଇ 

ଚାଲିଚାଲି ଫେରିଲା ଗାଁକୁ

ସାଥେ ଥିଲା କନ୍ୟାରତ୍ନ ତାର

ଦେଖି ଏହି ଦାରୁଣ ଦୃଶ୍ୟକୁ 

ବଦାନ୍ୟତା ଦେଖାଇଲେ

ମିଡିଆ ପେପର 

ଛାପି ଦେଇ ପ୍ରଚାରିତ କଲେ 

ଯେଉଁ ଦୁଃସ୍ଥ ମଣିଷର କଥା

ସହର ଗଳି କନ୍ଦିରେ 

ଯେ ସାଜିଲା 

ଚର୍ଚ୍ଚିତ ଚେହେରା

ସରକାର ସହାୟତା ସବୁ

 ଯେ ପାରିଲା ନିଜେ ନିଜେ ବୁଝି

ସିଏ ପରା

 ୟେ ଦନାର ମାଝୀ ।


Rate this content
Log in

Similar oriya poem from Tragedy