STORYMIRROR

Rajendra Bishoyi

Tragedy

3  

Rajendra Bishoyi

Tragedy

ଦନାର ମାଝୀ

ଦନାର ମାଝୀ

1 min
183

ଅସହାୟ ମଣିଷଟା ସିଏ

ସେ ସହିଛି ଦାରିଦ୍ର୍ୟର

କଷାଘାତ ନିଜେ 

ରୋଗାଗ୍ରସ୍ତ ସ୍ତ୍ରୀକୁ ତାହାର

ବଞ୍ଚିତ କରିଛି ପଇସା ଅଭାବେ 

ଭଲ ଚିକିତ୍ସାରୁ

ତେଣୁ କରି ତା ସହଧର୍ମିଣୀ

ମରଣପଥର ଯାତ୍ରୀ ସାଜିଗଲା 

ବିଛଣାରେ ଲଢି ଲଢି 

ମୃତ୍ୟୁ ସାଙ୍ଗରେ ସେ 

ଟଙ୍କା ନାହିଁ ପାଶେ ବୋଲି ତାର

ଆସିଲାନି ଶବ ବୁହା ଗାଡି

ସ୍ତ୍ରୀ ଶବ କାନ୍ଧରେ କାନ୍ଧେଇ 

ଚାଲିଚାଲି ଫେରିଲା ଗାଁକୁ

ସାଥେ ଥିଲା କନ୍ୟାରତ୍ନ ତାର

ଦେଖି ଏହି ଦାରୁଣ ଦୃଶ୍ୟକୁ 

ବଦାନ୍ୟତା ଦେଖାଇଲେ

ମିଡିଆ ପେପର 

ଛାପି ଦେଇ ପ୍ରଚାରିତ କଲେ 

ଯେଉଁ ଦୁଃସ୍ଥ ମଣିଷର କଥା

ସହର ଗଳି କନ୍ଦିରେ 

ଯେ ସାଜିଲା 

ଚର୍ଚ୍ଚିତ ଚେହେରା

ସରକାର ସହାୟତା ସବୁ

 ଯେ ପାରିଲା ନିଜେ ନିଜେ ବୁଝି

ସିଏ ପରା

 ୟେ ଦନାର ମାଝୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Tragedy