STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଦିନରାତି ହନ୍ତସନ୍ତ

ଦିନରାତି ହନ୍ତସନ୍ତ

1 min
43


ଦୋକାନ ହେଉବା ହେଉ ସିଏ ମଲ୍

 ହେଉ ଅବା ହାଟ ବଜାର

 ଖଟି ଖାଉଥିଲେ ଖଟିଖିଆ ଯେତେ

 ସବୁତ ହେଲେଣି ବେକାର ll

 ଗାଡି ମଟରରେ କାମକରି ନିତି

 ଚଳୁଥିଲେ କେତେ ଲୋକ

 ଗାଡି ଗଡୁନିକି ମଟର ଚାଲୁନି

 ବଳିଯାଏ ତାଙ୍କ ଦୁଃଖ ll

 ବୁଲା ବିକାଳିଙ୍କୁ ବୁଲିବାକୁ ମନା

 କରୋଣା କରୁଛି ବଣା

 ଠେଲାଗାଡି ଧରି ବିକୁଥିଲେ ଯିଏ

 ତାଙ୍କ ପାଇଁ କଟକଣା ll

 ଛୋଟମୋଟ ଯେତେ ବଣିଜ ବେପାର

 ସବୁତ ଗଲାଣି ବୁଡି

 ଆଗକୁ ଚାହିଁଲେ ଆଖି ପାଉନାହିଁ

ମାଡି ଆସେ ସତେ ବଢି ll

 ସରକାରଙ୍କର ଠିକା କର୍ମଚାରୀ

 ସାହାବ ମାନଙ୍କ ଗୋଲାମ

କରୋଣା ନାଁ ରେ ଚାକିରୀ ନେଉଛି

ବାବୁ ମାନଙ୍କର କଲମ ll

ରୋଜଗାର ନାହିଁ ଅଭାବର ଦାଉ

ଦୁଃଖ ଦରିଆରେ ଭାଷନ୍ତି

ପିଲା ପରିବାର ଅନ୍ଧାରରେ ସବୁ

ଜୀଇବାର ରାହା ଖୋଜନ୍ତି ll

କରୋଣା ରୁ ଲୋକେ ଭଲ ହେଉଛନ୍ତି

ହେଉଛନ୍ତି ସବୁ ସୁସ୍ଥ

କରୋଣା ନାଁ ରେ ସୁସ୍ଥ ଲୋକ

କିନ୍ତୁ ଦିନରାତି ହନ୍ତସନ୍ତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy