STORYMIRROR

Sanjukta Padhi

Inspirational

3  

Sanjukta Padhi

Inspirational

ଦିନ ଦ୍ବିପହରରେ

ଦିନ ଦ୍ବିପହରରେ

1 min
240

ଦିନ ଦି'ପହର ର

ମାଛକାତି ପରି

ଚକ୍ ଚକ୍ ଥିଲା

ଖରାର ପ୍ରଖର

କାହିଁ ସ୍ନାନ କଲୁ

ମୋ କାଳିଆ ସୁନା ।।

ଗୁଳୁଗୁଳି ଟିକେ

ସହି ଯାଇଥା'ନ୍ତୁ,

ବେଳ ଅବେଳକୁ

କରି ଭାବନା ।।

ଅଣସରେ ଏବେ

ରହିବୁ ତୁ ଜାଣି

ମନେ ପଶିଲାଣି

କେତେ ଦୁ୍ର୍ଭାଵନା

ଗମ୍ଭୀରା ଭିତରେ ସିନା

ତୁ ରହିଥିଵୁ ଧନ

ଆଉ କି କରିବୁ

ଜଗତ କଲ୍ୟାଣ 

କୋଉଠି ଥିବ ତୋ ମନ ।

ଅଣସରୁ ଯେବେ ପଦାକୁ

ରଥଚକେ ଗଡ଼ି ଚାଲିଵୁ

ତୁ ମୋ କଥା ଭୁଲି ଯାଇଥିବୁ

ଲକ୍ଷ୍ମୀ ପ୍ରତୀମାଙ୍କୁ କନ୍ଦାଇ

ପୋଡପିଠା ଛେନାମଣ୍ଡାରେ

ବାଇହେଲ କଳା କହ୍ନାଇ

ବାହୁଡି ବା ଯାଏ ତୁମକୁ

ଥିବି କି ଗୋ ମୁଁ ଅନାଇ

ମୋର ଗେଲ ବସର ଗୋସ୍ୱାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational