STORYMIRROR

Bikesh Sahu

Inspirational Others

3  

Bikesh Sahu

Inspirational Others

ଦୀପାଳୀ ତୁମେ ଗଲା ପରେ

ଦୀପାଳୀ ତୁମେ ଗଲା ପରେ

1 min
14.7K


ତୁମେ ଆସିଥିଲ

ମାତ୍ର ଗୋଟିଏ ଦିନ ପାଇଁ

ହେଲେ ଅପେକ୍ଷା ଥିଲା ଅନେକ ଦିନର

ତୁମକୁ ନେଇ ସଜେଇ ଥିଲି ଅନେକ ସ୍ଵପ୍ନ

ହେଲେ

ତୁମେ ଚାଲିଗଲ

ମୋ ଆକାଂକ୍ଷିତ ସମୟରୁ ଖୁବ ଶୀଘ୍ର

ଜାଣି ପାରିଲିନି ମୁଁ

ତୁମେ ଆସିଥିଲ ନା

ଅଧ ରାସ୍ତାରୁ ମୁହଁ ମୋଡ଼ି ଚାଲିଗଲ ।

ଭାବିଥିଲି ତୁମେ ଆସିଲେ

ଆସିବ ଖୁସିର ମୌସୁମୀ

ରାଗ ରୁଷାରେ ନିତି ହୁତ ହୁତ ହେଇ ଜଳୁଥିବା

ବନ୍ଧୁତ୍ଵରେ ବସନ୍ତର ମଳୟ ସ୍ପର୍ଶ

ଆଜିର କୋହଳା ସମ୍ପର୍କରେ ଟିକେ ଗଭୀରତା ।

ହେଲେ

ସବୁ ଆଶା ଆଜି ଧୂଳିସାତ୍

ତୁମ ସ୍ଵାଗତର ଭୟାବହ

ବୋମା ମାଡରେ ମୋ ସ୍ଵପ୍ନ ସବୁ

ପଡିରହିଛନ୍ତି ଛାତି ଭିତର କୋଉ ଏକ

ନିଷିଦ୍ଧ ଇଲାକାରେ

ଆଗ ଭଳି ମୃତବତ୍ ।

ଭାବିଥିଲି ତୁମେ ଆସିଲେ

ଖେଳିଯିବ ପ୍ରତିଟି ମଳିନ ମୁହଁରେ

ଚିରାଏ ହସ

ସବୁଠି ତେଜୀୟାନ୍ ହୋଇ ଜଳୁଥିବ

ମିଞ୍ଜି ମିଞ୍ଜି ଦୀପ

ତା’ରି ଆଲୁଅରେ

ହଜି ଯିବ ଅନ୍ଧକାରର ଚିହ୍ନ ବର୍ଣ୍ଣ

ଚେଇଁ ଉଠିବ ପ୍ରତିଟି ମନରେ

ସୁପ୍ତ ନୂତନ ଚିନ୍ତା ଆଉ ଚିନ୍ତନ

କାଲେ ଉନ୍ମୁକ୍ତ କରିଦେବ

ନୂତନ ସମ୍ପର୍କର ପଥ ଶତ ଶତ

ହେଲେ

ସବୁକିଛି ତା’ର ଓଲଟା

ବୁଝିଲନି ମୋ ହୃଦୟକୁ ଥରେ

ପଢି ପାରିଲନି ମୋ ଅବ୍ୟକ୍ତ ଯନ୍ତ୍ରଣା ସବୁକୁ

ଛାଡ

ତୁମକୁ କହି ବା କ’ଣ ଲାଭ

ସବୁ ଦୋଷ ପରା ନିଜକୁ ବୁଦ୍ଧିମାନ ବୋଲାଉଥିବା

ଏଇ ଅବୋଧ ମଣିଷମାନଙ୍କର

ନ ହେଲେ କୁହ ତ ଦିନକ ଖୁସି ପାଇଁ

କ'ଣ ଭୁଲି ଯା’ନ୍ତେ ସ୍ୱପ୍ନର ସେଇ ସ୍ଵଚ୍ଛ ଭାରତ ।

ସେଇଥି ପାଇଁ ତ

ସତରେ ଦୀପାଳୀ ଲାଗେ ମୋତେ

ତମେ ଭାରି ବଦଳି ଯାଇଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational