STORYMIRROR

kamal kumar dash

Tragedy Fantasy

3  

kamal kumar dash

Tragedy Fantasy

ଦୀପାଳି

ଦୀପାଳି

1 min
239


ତୁମ ପାଇଁ ନୀତି  ଦୀପାଳି ଜାଳୁଛି

       ତୁମରି ଶୁଭ ମନାସି 

ଭାବୁଛି ଫେରିବ  ପଛ କଥା ଭୁଲି 

     ଦିନେ ପୁଣି ହସି ହସି

ଜୀବନର ଗୀତି ଗାଇ ଚାଲି ଥାଅ 

     ପରକୁ ଆପଣlକରି 

ହସି ପିଇ ଯାଅ    ହୃଦୟର କୋହ 

      ମନ ଦୁଃଖ ଯାଉ ମରି


ମନ ଟା ବୁଝେନି     କିଛିବି କୁହେନି 

      ତୁମେ ଖୋଜେ ସବୁ ବେଳେ 

ମୋ ମନ ଭିତରେ    ତୋ ସ୍ମୃତି ଦୀପାଳି 

       ଜଳୁଥାଏ ସବୁବେଳେ

ଜୀବନର ପଥେ   ପ୍ରୀତିର ଦୀପାଳି 

     ଜଳୁ ଥାଉ ସବୁ ବେଳେ 

ସତରେ ନହେଲେ   ସପନରେ ଜଳୁ 

      ତୁମ ହୃଦୟ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy