STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଦୀପାବଳି

ଦୀପାବଳି

1 min
281

ଦୀପାଳି ଦୀପାଳି ପଡଇ ଉଛୁଳି

ହସଇ ଉଆଁଶ ରାତି

ଗଗନ ପବନ କମ୍ପି ଉଠୁଥାଏ

କମ୍ପଇ ଆକାଶ ମାଟି ।


ଘର ଅଗଣାରୁ ଦାଣ୍ଡ ଦ୍ବାରଯାଏ

ସବୁଠାରେ ଜଳେ ଦୀପ

ଦିଅଁଙ୍କ ପାଖରେ ଦୀପଜାଳୁ ଆମେ

ଧୋଇଦେବା ପାଇଁ ପାପ


ଏହି ଶୁଭଦିନେ ପ୍ରଭୁ ରାମଚନ୍ଦ୍ର

ବନବାସ ତାଙ୍କ ସାରି

ଚଉଦ ବରଷ ପରେ ଅଯୋଧ୍ୟା କୁ

ଆସିଥିଲେ ସେତ ଫେରି


ଦୀପାବଳି ଦିନ ମହାକାଳୀଙ୍କର

ହୋଇଥାଏ ଆବାହନ

ବଡବଡୁଆଙ୍କୁ ଶରଧାରେ ଡାକି

ଦେଉତାଙ୍କୁ ପିଣ୍ଡଦାନ


ଲକ୍ଷ୍ମୀ ପୂଜାକରି ବ୍ୟବସାୟୀ ସବୁ

ଖୋଲିଥାନ୍ତି ନୂଆ ଖାତା

ବେପାର ବଣିଜ ଭଲ ହୋଇଥାଏ

ଦୟାକଲେ ଲକ୍ଷ୍ମୀ ମାତା ।


ଜାତିଜାତି ବାଣ ମାରି ଏଇ ଦିନ

ସଭିଏ କରନ୍ତି ମଜା

ନାତୁଣୀ ଜଳାଏ ଫୁଲଝରି ବାଣ

ଫୋଟକା ଫୁଟାନ୍ତି ଅଜା ।


କରୋଣ ଡରରେ ସାରାଦୁନିଆରେ

ହୋଇଗଲା କଟକଣା

ବାଣ କିଣାବିକା ମାରିବା ଫୋଟକା

ସବୁତ ଏସନ ମନା ।


କିଏଜାଣେ କେବେ ଅପସରି ଯିବ

ମହାମାରୀ ର ଏ କୋପ

ତ୍ରାହିତ୍ରାହି କହି ପ୍ରଭୁଙ୍କ ପାଖରେ

ସଭିଏ ଜାଳନ୍ତି ଦୀପ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children