STORYMIRROR

Sudhanjali Mishra

Tragedy

3  

Sudhanjali Mishra

Tragedy

ଦି'ବୁନ୍ଦା ଲୁହ

ଦି'ବୁନ୍ଦା ଲୁହ

1 min
286


ଯେବେ ଝରିଆସେ ଆଖି କୋଣରୁ ସେ

ଖୁସିରେ ଦି ବୁନ୍ଦା ଲୁହ

ମୂଲ୍ୟ ବଢିଯାଏ ଜୀବନର ତା'ର

ସମ୍ଭାଳି ପାରେନା କୋହ ।

ଦୁଃଖରେ ସଭିଁଙ୍କ ଲୁହ ଚାଲିଆସେ

ଏ ତ ସଂସାରର ରୀତି

କାନ୍ଦିଦେଲେ ମନ ହାଲୁକା ହୁଅଇ

ସଭିଏଁ ଖାଲି କୁହନ୍ତି ।

ସଫଳତା ସିଡି ଚରମ ସୀମାରେ

ଯେବେ ପହଞ୍ଚିପାରିଲା

ନୟନରୁ ତା'ର ବହେ ଆନନ୍ଦାଶ୍ରୁ

ଜୀବନ ସାର୍ଥକହେଲା ।

ଏମିତି ଦିବୁନ୍ଦା ଲୁହକୁ ଖୋଜିବା

ଏହି ସମାଜରେ ଆମେ

ସଭିଁଙ୍କ ଓଠରେ ହସ ସହ ଲୁହ

ପ୍ରଗତି ଭରୁ ଜୀବନେ ।

       


साहित्याला गुण द्या
लॉग इन

Similar oriya poem from Tragedy