Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.7  

Gobinda Chandra Sethi

Inspirational

ଧୂପ ଅବକାଶ

ଧୂପ ଅବକାଶ

1 min
41



ତିନି ଧୂପ ତାଙ୍କ ପାଞ୍ଚ ଅବକାଶ

ଜାଣିଛ କି ପ୍ରିୟତମା

ଶ୍ରୀକ୍ଷେତ୍ରେ ଆମର କାଳିଆ ଠାକୁର

କିଏ ବର୍ଣ୍ଣିବ ଉପମା ।

ବେଶ ସ୍ନାନ ତାଙ୍କ ଚାଲିଥାଏ ନିତି

ଭକ୍ତଙ୍କୁ ଦେଖିବା ମନା

ଅବକାଶେ ପ୍ରଭୁ ଆନନ୍ଦ ନିଅନ୍ତି

ଶ୍ରୀଅଙ୍ଗ ସେବକେ ଜଣା।

ପ୍ରଥମ ଧୂପରେ ତିନି ଅବକାଶ

ନିତି କରିଥାନ୍ତି ପ୍ରଭୁ

ରୀତି ନୀତି ତାଙ୍କ କେତେ ଚାଲିଥାଏ

ସେବକେ କରନ୍ତି ସବୁ ।

ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି

ପ୍ରଭାତର ଅବକାଶ

ଦାନ୍ତଘସା ସ୍ନାନ ବେଶ ତାଡପରେ 

ହୋଇଥାଏ ସବୁ ଶେଷ ।

ସକଳ ଧୂପରେ ବଲ୍ଲଭ ନୈବେଦ୍ୟ  

ଉଲାଗି ପ୍ରଥମ ବେଶ

ଦ୍ୱିତୀୟ ବେଶରେ ନୂଆ ଅବକାଶ

ରାଜଭୋଗେ ହୁଏ ଶେଷ ।

ଦ୍ୱିତୀୟ ବେଶର ଉଲାଗି ହୋଇଲେ

ତୃତୀୟ କରେ ପ୍ରବେଶ

ଭୋଗ ମଣ୍ଡପର ନୈବେଦ୍ୟ ଅର୍ପଣେ

ହୋଇଥାଏ ତାଙ୍କ ଶେଷ ।

ଦିପହରର ଦ୍ୱିତୀୟ ଧୂପରେ

ଭକ୍ତେ ଗହଳି ଚହଳି

ଭୋଗ ନୈବେଦ୍ୟର ଅର୍ପଣ ଶେଷରେ 

ପହଡେ ଭାଙ୍ଗେ ଗହଳି ।

ତୃତୀୟ ଧୂପରେ ସନ୍ଧ୍ୟା ଆଳତିରେ

ଭକ୍ତଙ୍କ ହୁଏ ପ୍ରବେଶ

ଗୋଧନ ବାହୁଡା଼ ଅବା ଟେରାଫିଟା 

ଚତୁର୍ଥର ଅବକାଶ ।

ସଞ୍ଜ ଧୂପ ପରେ ଶେଷ ଅବକାଶ

ବଡ଼ ସିଂହାରର ବେଶ

ଭୋଗ ନୈବେଦ୍ୟର ଶେଷ ପ୍ରହରରେ

ପ୍ରଭୁଙ୍କ ନିଦ୍ରା ପ୍ରବେଶ ।

ତିନି ଧୂପେ ପୂଜା ଷୋଡଶୋ ପଚାର

ଧୂପ ଦୀପାଳିକୁ ଦେଇ

ପାଞ୍ଚ ଅବକାଶେ ପୂଜା ପାଞ୍ଚୋପଚାର

ପୁଷ୍ପ ସମର୍ପଣ ଦେଇ ।

ଧନ୍ୟ ଧନ୍ୟ ଆମ କାଳିଆ ସାଆନ୍ତ

ଧୂପ ଅବକାଶେ ପାଲା

ପ୍ରତି ଧୂପେ ଥରେ ଦେଖା ଦେଇଥାଅ

ସାହାଣ କରିକି ମେଲା।



Rate this content
Log in

Similar oriya poem from Inspirational