STORYMIRROR

Nrusingha Narayan Tripathy

Inspirational Others

3  

Nrusingha Narayan Tripathy

Inspirational Others

ଧୂମପାନ

ଧୂମପାନ

1 min
195


ସିଗାରେଟ ଧୂଆଁ ଅଟେ ମାରାତ୍ମକ

ଖୋଳରେ ଚିତ୍ର ଅଙ୍କିତ

ନିଶାରେ ଜଡିତ ବ୍ୟକ୍ତିଯେ ଟାଣନ୍ତି

ସିଗାରେଟ ଆନନ୍ଦିତ ll


ଖୋଳରେ ଚିହ୍ନିତ କ୍ୟାନସର ରୋଗ

ଦେହକୁ କ୍ଷତିକାରକ

ପଢି ଦେଖି ଲୋକ ଖାଏ ସିଗାରେଟ

ନିଆଁରେ ଯେସନେ ପୋକ ll


ସିଗାରେଟ ଅଟେ ବାବୁଙ୍କ ପ୍ରତୀକ

କୁହନ୍ତି ଲୋକେ ଭ୍ରମରେ

ସିଗାରେଟ ଧୂଆଁ ଦେହକୁ ଅହିତ

ଅସନ୍ତୋଷ ପରିବାରେ ll


ସିଗାରେଟ ପୁଣି ଗଞ୍ଜେଇ ଖାଆନ୍ତି

ନିକୋଟିନ କେମିକାଲ

ନିକୋଟିନ ଆଣେ କ୍ୟାନସର ରୋଗ

ଏକଥା ମନୁ ନ ଭୁଲ ll


ଛୋଟ ବଡ଼ ନିଶା ପଇସା ଟାଣଇ

ବ୍ୟକ୍ତିକୁ ଦରିଦ୍ର କରେ

ନିଶାରେ ମାତାଲ ହୋଇକି ମଣିଷ

ଚୋରି ଡକାୟତି କରେ ll


ସମାଜେ ଅଶିକ୍ଷା ନିଶାର ପ୍ରଭାବେ

ଭ୍ରଷ୍ଟାଚାର ସବୁ ବଢେ

ନିଶାଗ୍ରସ୍ତ ଲୋକ ନିଶାରେ ପାଗଳ

ଅପରାଧ ସବୁ କରେ ll


ପରିବାର ମଧ୍ୟେ ଅଶାନ୍ତି ବଢ଼େଇ

ସ୍ୱାମୀ ସ୍ତ୍ରୀ ମଧ୍ୟେ ସମର

ପିତା ମାତା ବନ୍ଧୁ ନିଶାଯୋଗୁ ସର୍ବେ

ପାଖୁ ହୁଅନ୍ତି ଅନ୍ତର ll


ନିଶାଗ୍ରସ୍ତ ଲୋକ ଦୁର୍ଘଟଣା କରେ

ଜୀବନ ଯାଏ ରାସ୍ତାରେ

ନିଶାଖିଆ ଲୋକ ଭୋଗେ ନାନା ରୋଗ

ଘାତକ ଯେ ସମାଜରେ ll


ପାନ ବିଡି ଗଂଜା ଭାଙ୍ଗ ମଦ ନିଶା

ସାଥେ ବ୍ରାଉନ ସୁଗାର

ନିଶା ଖାଇ ଲୋକେ ହୁଏ ସର୍ବସାନ୍ତ

ପରିବାର ଛାରଖାର ll


ସମାଜ ମଙ୍ଗଳ ପାଇଁକି ବୁଝନ୍ତୁ

ନିଶାର ଯେ ଅପକାର

ନିଶାରୁ ଦୁରେଇ ରହିଲେ ମଣିଷ

ଗଢ଼ିବ ସୁସ୍ଥ ସଂସାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational