ଧୁଡୁକା ଧୁଡୁକି
ଧୁଡୁକା ଧୁଡୁକି


ମନ ମାରି କିଆଁ
ଧୁଡୁକା ଭାଇରେ
ବସିଛୁ ଆଜି ତୁ କହ
କି ହୋଇଛି ତୋର
କହ ସେ ଖବର
ତୁଟି ଯାଉ ମୋ ସନ୍ଦେହ
ଧୁଡୁକା-କି କହିବି ତୋତେ
ଦେଶ ଖବର ଲୋ
କୋରୋନା ଦେଇଛି ଗ୍ରାସି
ସଜନୀ ଲୋ କୋରୋନା
ନେଇଛି ଗ୍ରାସି
ଦିନକୁ ଦିନ ତ
ଅତି ପ୍ରବଳ ଲୋ
ରୋଗ ବଢି ଚାଲିଛି
ଧୁଡୁକି-ଧୈର୍ଯ୍ୟ ଧରି ରହ
ଧୁଡୁକା ଭାଇରେ
ବାଇଆ ହେଲୁ କି ତୁହି
ଥୟ ଧରି ବସ
ନ ହୁଅ ଅଥୟ
ରୋଗର ଉପଚାର
ଖୋଜା ଚାଲିଛି
ଅବିଳମ୍ବେ ଭୁତାଣୁ ମରିବ
ଏକଥା ଦୂରଦର୍ଶନ କହିଛି
ଧୁଡୁକା-ଆହେ ଜଗନ୍ନାଥ
ଉଦ୍ଧାର ଏ ଜଗତ
ରୋଗ ଯାଉ ଦୂର ହୋଇ
ଧୁଡୁକା-ଆଲୋ ସତେ
କି ଔଷଧ ତାହା
ତୁରନ୍ତ କହଲୋ
ଶୁଣି ଦେଲେ ଥବିର
ହୋଇବି
କର ହସ୍ତଯୋଡ଼ି
ଜଗାକୁ ମନାସିଛି ଆଲୋ
ରଥଯାତକୁ ଚାହିଁ ବସିଛି
ଧୁଡୁକି-ରୋଗରୁ ମୁକ୍ତ
ହୋଇଵ ଧରାରେ
କାହିଁକି କରୁଛୁ ଭୟ
ପ୍ରତିଦିନ ପଢ଼
ଦେଶ ଖବରରେ
ଯାହା ସମାଚାରରେ
ଆସୁଛି ।