STORYMIRROR

Sanjaya Ananda Kumar Tripathy

Comedy

3  

Sanjaya Ananda Kumar Tripathy

Comedy

ଧରମ ଶଳା

ଧରମ ଶଳା

1 min
237

ମିସ୍ କଲେ ହେଲେ ଆସୁଛି ଧାଇଁ

କହୁଛି ଧରମ ଶଳା,

ଶଳା ନୁହେଁ ଏବେ ହୋଇ ଯାଇଅଛି

ମୋ ପାଇଁ ଅତଞ୍ଛା କୀଳା ।

ଉପରେ ପଡିଣ ଆମ ଘରର

ଦୋକାନ ସଉଦା କରୁଛି,

ଆଗ ମଶିଣାରେ ଶୋଇ ପଡୁଥିଲା

ଏବେ ଖଟ ଦିଅ ବୋଲି କହୁଛି ।

ମାସକରେ ଏଠି କୋଡ଼ିଏ ଦିନ

ମାଗଣାରେ ପେଟେ ଖାଉଛି,

ତାକୁ ଗାଳି ଦେଲେ ଧରମ ନାନି

ମୁହଁ ଫୁଲେଇ କି ଚାହୁଁଛି ।

କହିଲେ କହିବ କହୁଛି,

ନ କହିଲେ ମୋ ମୁଣ୍ଡ ବିନ୍ଧୁଛି ।

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy