STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଧରମ ମାସ କାର୍ତ୍ତିକ

ଧରମ ମାସ କାର୍ତ୍ତିକ

1 min
179

 


ମାସ ମଧ୍ୟେ କାର୍ତ୍ତିକ ସାର।

ମହତ କରମେ ବିଚାର।।


କୃତ୍ତିକା ନକ୍ଷତ୍ରେ କାର୍ତ୍ତିକ।

ସଂସାରେ ଧରମ ପାଳକ।।


ଏ ମାସର ମହାତ୍ମ୍ୟ ବହୁ।

ପାଳି ପୁଣ୍ୟ ଅର୍ଜଇ ସେହୁ।।


ବାରମାସେ ଶ୍ରେଷ୍ଠ କାର୍ତ୍ତିକ।

ଧାର୍ମିକ ପାଳେ ମାସ ଯାକ।।


ନିଷ୍ଠାର ସହିତ ପାଳନ।

କଲେ ଧନ୍ୟ ହୁଏ ଜୀବନ।।


ପ୍ରାଚୀନ ଶାସ୍ତ୍ରୀୟ ସିଦ୍ଧାନ୍ତ।

ପୂଜା ଉପାସନାର ବ୍ରତ।


ପରମପିତା ବ୍ରହ୍ମା ଦେବ।

ବୁଝାଇ ଥିଲେ ତାର ଭାବ।।


ଦେବର୍ଷି ନାରଦ ଯେ ଶୁଣି।

ମର୍ତ୍ତ୍ଵେ ପ୍ରଚାରିଲେ ସେ ବାଣୀ।।


ସତ୍ୟ ଧରମ ନ୍ୟାୟ ଜାଣି।

ଭବୁ ତରଇ ଯେ ପ୍ରାଣୀ।।


ଦୈତ୍ୟ ଜଳନ୍ଧରର ପତ୍ନୀ।

ଥିଲେ ସତୀ ସ୍ଵାଧୀ ରମଣୀ।।


ସେ ତୁଳସୀ ବଳେ ବିଜୟୀ।

ହେଉଥିଲେ ଶକ୍ତି ଯେ ପାଇ।।


ପତିବ୍ରତା ହୋଇଥିବାରୁ।

ଦେବତା ହାରିଲେ ତା'ଠାରୁ।।


କାର୍ତ୍ତିକ ମାସେ ପିତୃପକ୍ଷ।

ଶ୍ରାଦ୍ଧ ପାଇ ଲଭନ୍ତି ମୋକ୍ଷ।।


ଆକଶଦୀପ ସ୍ଥାପି ଉଚ୍ଚେ।

ପିତୃ ପୂଜନ୍ତି ମନ ସ୍ଵଚ୍ଛେ।


ତୁଳସୀ ବୃକ୍ଷ ମୂଳେ ପୂଜି।

ଧ୍ୟାନେ ରୁହନ୍ତି ଭାବେ ମଜି।।


କାର୍ତ୍ତିକେୟଙ୍କ ଆରାଧନା।

ବିଧି ମତେ ପୂଜା ଅର୍ଚ୍ଚନା।।


ଧରମ ମାସ ଏ କାର୍ତ୍ତିକ।

ପବିତ୍ରତାର ଯେ ପ୍ରତୀକ।


ପାଳନ୍ତି ଆବାଳରୁ ବୃଦ୍ଧା।

ଜୀବନୁ ଦୂର ହୁଏ ବାଧା।।


କରନ୍ତି ଆମିଷ ବର୍ଜନ।

ଏ ମାସର ତିରିଶ ଦିନ।।


ଯିଏ ନ ପାଳେ ସାରା ମାସ।

ପାଳେ ଶେଷ ପାଞ୍ଚ ଦିବସ।।


ଏ ପାଞ୍ଚଦିନ ଯେ ପଞ୍ଚକ।

ଆଇଁଷ ଛୁଏଁ ନାହିଁ ବକ।।୍୍୍୍


ପ୍ରାତରୁ ସ୍ନାନ ସାରିଣ।

ଦିଅଁଙ୍କୁ କରନ୍ତି ଦର୍ଶନ।।


ପବିତ୍ର ମନେ କରି ସ୍ତୁତି।

ନିଷ୍ଠା ପାଳନ୍ତି ସର୍ବେ ନିତି।


ଏ ମାସେ ପଡ଼େ ବହୁ ପର୍ବ।

ପୂଜନ୍ତି ସର୍ବେ ମହାଦେବ।।


ଦୀପାବଳି ବଇତ ଭସା।

ବାଳୁଙ୍ଗା ପୂଜା ବଡ଼ ଓଷା।


ରାଧା ଦାମୋଦରଙ୍କ ରାସ।

ପ୍ରେମର ଦିଅଇ ସନ୍ଦେଶ।।


ଆ କା ମା ବୈ ଚାରି ଅକ୍ଷର।

ବୁଝାଏ ପୂଜା ଉପଚାର।।


ଆଷାଢ଼ କାର୍ତ୍ତିକ ସହିତେ।

ମାଘ ବୈଶାଖ ଶାସ୍ତ୍ର ମତେ।।


ଚାରି ମାସର ଆଦ୍ୟ ବର୍ଣ୍ଣ।

ଐତିହ୍ୟ କରାଏ ସ୍ମରଣ।।


ବରଷକେ ଏ ଚାରି ମାସ।

ପୁଣ୍ୟ ମିଳିବାର ବିଶ୍ଵାସ। ।


ପଞ୍ଚକର ପାଞ୍ଚ ଦିବସ ।

ପାଞ୍ଚ ବେଶେ ପ୍ରଭୁ ପ୍ରକାଶ।।


ହୋଇ ଦେଇଥାନ୍ତି ଦର୍ଶନ।

ଲକ୍ଷ୍ମୀନାରାୟଣ ବାମନ।।


ତ୍ରିବିକ୍ରମ ଲକ୍ଷ୍ମୀନୃସିଂହ।

କ୍ରମରେ ସୁନାବେଶ ସହ।।


ରହିଛି ବହୁତ ପ୍ରମାଣ।

କାର୍ତ୍ତିକ ଶ୍ରେଷ୍ଠ ଯେ ଜାଣ।।


ଧରମ ମାସ ଭାବେ ଖ୍ୟାତ।

ଭକ୍ତି ଭାବନା କରେ ଜାତ।।


ଧାର୍ମିକ ପାଳି ଅର୍ଜେ ପୁଣ୍ୟ।

ସାଧୁ ସନ୍ଥରେ ହୁଏ ଗଣ୍ୟ।

      

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract