STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ଧରି କାଉଡ଼ି ଯିବା ବାହାରି

ଧରି କାଉଡ଼ି ଯିବା ବାହାରି

1 min
111


ଶ୍ରାବଣ ମାସରେ ଶ୍ରାବଣୀ ଆସିଛି

ଗିରିଷମ ଯାଇଛି ଛାଡ଼ି

ଭାବର ପରଶ ଭକ୍ତ କାଉଡ଼ିଆ

ବାହାର ନେଇ କାଉଡ଼ି l

ହର ହର ମହାଦେବ ମହେଶ୍ୱରଙ୍କୁ

ଭକ୍ତିରେ ହାତ ଯୋଡି

ପାଣି ଆଣି ଢାଳି ଶିବ ଶିରେ ତୋଳି

ଧରିବାକୁ ପୁଣ୍ୟ ଛଡ଼ି l

ଶ୍ରାବଣେ ସବୁଜିମା ଧରାରେ ସବୁଠି

ଶିବଙ୍କ ସଙ୍ଗେ ଭକ୍ତି ଦଉଡି

ବାନ୍ଧି ରଖିଥିଲେ ଅଢେଇ ଦିନର କଷ୍ଟ

ଯନ୍ତ୍ରଣା ଯାଏ ଛାଡ଼ି l

ଅକର୍ମରେ କର୍ମ ଦିଅନ୍ତି ଆଶୁତୋଷ

ଜଣେଇବା ଗୁହାରୀ ପାଦତଳେ ପଡି

ବାହୁଙ୍ଗି କାନ୍ଧେଇ ଶୁଦ୍ଧ ପୁତ ଚିତ୍ତେ

ରାଗ ରୋଷ ଇର୍ଷା ଦେବା ଛାଡ଼ି l

ଆଖିର ଲୁହ ନୁହେଁ କଷ୍ଟ ଯନ୍ତ୍ରଣା ପାଇଁ

ବରଂ ଆରାଧନା ଭକ୍ତି ଛଡ଼ି

ଆସ ଆସ କାଉଡ଼ିଆ ଭାଇ ତୁମ ଲାଗି

ଭକ୍ତି ରସ ଭାବ ପେଡି l

ଲୁହ ଟିକେ ଯଦି ହୃଦୟୁ ଝରିବ କାଉଡ଼ିଆ

ପାଇବୁ ଶକ୍ତି ଶାନ୍ତି ପ୍ରୀତି ମୈତ୍ରୀ କଉଡ଼ି

ଶ୍ରାବଣ ଆସିଛି ଶ୍ରାବଣୀ ହୋଇଛି ଘାଟ ପଠା

ଥିରି ପାଦ ପକା କାଉଡ଼ିଆ ଯିବୁନି ଜୀବନେ ପଡି l

ନାମ ଉଚ୍ଚାରଣେ ଶୁଦ୍ଧ ଆଚରଣେ କାଉଡ଼ିଆ

ଅଳ୍ପ ଦିନର ଗଳ୍ପ ଭରି ଝୁମ୍ପୁଡ଼ି

ସ୍ନେହ ଶ୍ରଦ୍ଧା ମମତା ସେବା ମଣିଷପଣିଆ

ଥିଲେ ପାଇବୁ କରୁଣା ବାଡ଼ି ଛଡ଼ି ଓ ପେଡି l



Rate this content
Log in

Similar oriya poem from Action