STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ଧନ୍ୟ ଆମ ଗଣତନ୍ତ୍ର

ଧନ୍ୟ ଆମ ଗଣତନ୍ତ୍ର

1 min
13.8K


ଧନ୍ୟରେ ଭାରତ ଧନ୍ୟ ଭାରତୀୟ 

ଧନ୍ୟ ତୋର ଗଣତନ୍ତ୍ର 

ଅଣସ୍ତରୀ ବର୍ଷ ପୂର୍ବେ ଜନ୍ମିଥିଲା 

ଛାଡିନି ବିଦେଶୀ ତନ୍ତ୍ର ।।

ମହା ଆଡମ୍ବରେ ନିର୍ଲଜ୍ଜ ପଣରେ 

ପାଳୁ ସାଜସଜ୍ଜା କରି 

ମାଆ କାନ୍ଦେ ଏଠି ଭୋକ ଉପାସରେ 

ବାପର ଦାଦନ ଗିରି ।।

ସ୍ୱାର୍ଥାନ୍ଧ ମଣିଷ ଲାଂଚ ମାଗେ ଖାଲି 

ଟଙ୍କାକୁ କରି ନିଜର 

ଜନସେବା ନାମେ ରାଜନୀତି କରି 

ଭରନ୍ତି ନିଜ ଉଦର 

ଆମ୍ବୁଲାନ୍ସ ନାହିଁ ଶବ ବୋହିବାକୁ 

ସ୍ୱାମୀ ସାଜେ ସ୍ୱର୍ଗ ରଥ 

ଧର୍ଷିତା ହେଲେ ବି ବଦଳି ଯାଉଛି 

ତଦନ୍ତର ରୂପରେଖ ।।

ରକ୍ଷକ ଯଦି ବା ଭକ୍ଷକ ସାଜୁଛି 

ଫିଟୁ ନାହିଁ କାହା ପାଟି 

କେତେ ଯେ ନଗଡା ଅପପୃଷ୍ଟି ଶିଶୁ 

ଅନାହାରେ ମରେ ଏଠି ।।

ଦୁର୍ନୀତି ବଢୁଛି ଆଇନ ଶୋଇଛି 

କ୍ଷମତାର ବାହୁ ତଳେ 

ନାରୀ ନିର୍ଯ୍ୟାତନା କଷଣ ଯାତନା 

ବେଳୁ ବେଳ ବେଶି ବଢେ ।।

କାହାର ନ ଥାଏ କାହା ପାଇଁ ଚିନ୍ତା 

ସର୍ବେ ଏଠି ସ୍ୱାର୍ଥପର 

ମଣିଷ ପଣିଆ ବିଲୁପ୍ତ ହେଉଛି 

ବୋଲକରା କ୍ଷମତାର ।।

ଅସହାୟ ଠାରୁ ଛଡାଇ ନିଅନ୍ତି 

ସହଯୋଗ ବୋଳା ହାତ 

ବଡିମା ଦେଖାଇ ମଣିମା ବୋଲାନ୍ତି 

ଭୁଲିଯାଆନ୍ତି ହିତାହିତ ।।

ଝଣ୍ଡା ତଳେ ରହି ଶପଥ ନେବାରେ 

ଶାନ୍ତି ମୈତ୍ରୀ ଭାବ ରହୁ 

ଦୁର୍ନୀତି ଅନୀତି ପାପ ଭ୍ରଷ୍ଟାଚାର 

ସମୂଳେ ବିନାଶ ହେଉ ।।

 ସୁଶାନ୍ତ ପ୍ରଧାନ 

   ବଂଧହୁଡା 

ନରସିଂହପୁର କଟକ


Rate this content
Log in

Similar oriya poem from Inspirational