Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mahapatra

Classics

2  

Manorama Mahapatra

Classics

ଧନ୍ଯ ପ୍ରଭୁ ତୁମ ଲୀଳା

ଧନ୍ଯ ପ୍ରଭୁ ତୁମ ଲୀଳା

1 min
10


ଧନ୍ଯ ପ୍ରଭୁ ତୁମ ଲୀଳା

ଯିବା ବାହୁଡିବା ନବ ଦିନ ଯାତ୍ରା

   ସଂସାର ବିଚିତ୍ର ଖେଳା ।

 ତୁମ ଜନ୍ମବେଦୀ ଗୁଣ୍ଡିଚା ମା କୋଳ

 ବରଷକେ ଥରେ କରେ ଅଧୀର

 ନଅ ଦିନ ପାଇଁ ଶ୍ରୀମନ୍ଦିର ଶୂନ୍ୟ

     ଆଡପ ମଣ୍ଡପ ସରଗ ପୁର ।

  ପୁରୁଷୋତ୍ତମ ହେ ପ୍ରକୃତି ମା ପୁରେ

   ଗେଲ ଗରବରେ ମୋହିତ ହେଉ

  ବଡ ଦେଉଳକୁ ଫେରିବୁନି କାଳେ

  ମହଲକ୍ଷ୍ମୀ ରୋଷେ ଭାଙ୍ଗନ୍ତି ଭାଉ ।

  ଲୋକମାତା ମା ଜଗତ କଲ୍ଯାଣୀ

        ଗୃହ ଅଧିଷ୍ଠାତ୍ରୀ ଦେବୀ

  ମିଛ ଛଳକରି ଡାକି ତ ଆଣନ୍ତି

     ଏ ତ ତୋ ସଂସାର ପ୍ରତିଛବି ।

  ପ୍ରୀୟ ପରିଜନ ସମ୍ପର୍କ ସଂଯୋଗେ

       ମାନବୀୟ ଭବଲୀଳା

  ଇହ ପରକାଳେ ଆତ୍ମ କ୍ରମନ୍ବୟେ

        ବୁଝାଉ ନିୟତି ଖେଳା 

  ପ୍ରକୃତି ପୁରୁଷ ଜୀବ ପରମ ର

     ସମ୍ବଦ୍ଧ ର ଯୋଗ କଳା ।

  ଧନ୍ଯ ପ୍ରଭୁ ତୁମେ ଧନ୍ଯ ଜଗନ୍ନାଥ

     ଧନ୍ଯ ମଧୁମୟ ଲୀଳା ।


Rate this content
Log in