ଦାଦନ
ଦାଦନ


କେଉଁ ଅସହଣୀ ଘୁମନ୍ତ ଲଗନେ 🌤
ଭିଜାଇବା ର ସ୍ୱପ୍ନ ବୁଣି
ଭସାବାଦଲ ଖଣ୍ଡେ ଚକ୍କର ଦେଲା
ଶାଗୁଣା ର ପକ୍ଷ ମେଲି 🌫
ମୁଣ୍ଡ ନଥିବା ମୁଣ୍ଡିଆ ପାହାଡ
ଉହୂଙ୍କି ଚାହିଁଲା ... । 🌚
ଚାତକ ର ତୃଷ୍ଣା କୁ ନିରେଖି
ଖସି ପଡିଲା କେତେ ବିନ୍ଦୁ ଜଳ ।
ସନ୍ତପ୍ତି ଗଲା ମା ମାଟି ବକ୍ଷ
ମୋହାଛନ ଏବେ ବେକୁବ୍ ପରାଣ
ଶାଗ ପେଜ ଖିଆ ସ୍ୱାଭିମାନୀ ଆତ୍ମା
ନିଜ ସାଥେ ନିଜେ ଦେଲା ଧକ୍କା 🌬
ଗଦାଏ ଆଶାର ନିଆଁ ଜାଳିଦେଲା
ସଗା ଭଗା ମା ମାଟି ମାୟା ।
ବିଶ୍ୱାସ ର ସଂଜବତୀ ପରକଲା
ଦେଇପିଣ୍ଡି ଘର ଅଗଣାକୁ ।
ମା ମାଟି ସିଙ୍ଘାଣିନାକି ଟେ ଏବେ
ମୁହଁ ବୁଲେଇ ମୋହିଗଲା ପରର ଛାଇକୁ
ଦଲାଲ୍ ର କୁହୁକ ମାୟାରେ ।
ବର୍ଷିଗଲା ପାଣି ବହଳ ପଣରେ 🌧
ଭିଜିଲା ତୁଷାର୍ତ୍ତ ତୃଷ୍ଣା ର କାତରେ ।
ଦୁଇମୁଠା ଭାତ ଖୁଦଯାଉ ଉଣ୍ଡି
ପେଟଠାରୁ ହାଣ୍ଡିଶାଳ ଅଣ୍ଡାଳି ହେଉ ଥିବା
ଆଖି ରେ ନୂଆ ସ୍ୱପ୍ନ ଦାନାବାନ୍ଧୁ ଥିଲା🌬
ଆଗୁଆ ପାଉଣା ସାଥେ
ଦୁର୍ବୋଧ ପଣରେ ।🌚
କାହିଁକି ଦଲାଲ୍ ବେଇମାନୀ କର
ମାଟି ର ମଣିଷ ସାଥେ
?
ଦାଦନ ମୋହର ମାରି ଶୋଷି ନିଅ
ହାଡ ମାଂସ ଲହୁ ଲୁହ ରକ୍ତ ।
ଆଶା ବୈତରଣୀ ତୀରେ
ଦୁକୁ ଦୁକୁ ଜଳୁଥାନ୍ତି ଶ୍ରମଜୀବୀ
ଜଳକା ଅନ୍ଧାରେ ଆଲୋକ ଆଶାରେ
ସ୍ୱାର୍ଥ ସୂତ୍ର ସୁଅ ମୁହାଣୀରେ
ବହିଯାଏ ତନ ମନ ପ୍ରାଣ
ଲହୁଲୁହ ବେଦନା ସୁଅରେ ।
ଘର ବାହୁଡା ସୂର୍ଯ୍ୟ ଲୁଚକାଳି ଖେଳେ
ବନ୍ଧାଦିଆ ଭାଗ୍ଯର ଉହାଡେ
ନିତି ମରି ଜିଇଁବା ର ଇଛା ତାଜା ହୁଏ
ନିଶାସକ୍ତ ବେଦମ୍ ପଣରେ ।
ହେ ଈଶ୍ବର ଶୋସକ ଗର୍ଜୁଛି
ହୁତାସନେ ଜଳିଯାଏ ନିରୀହ ପରାଣ।
ଅଦିନିଆ ଝଡର ବାଦଲ ଧ୍ୱଂସ
କରେ ମାତୃପ୍ରୀତି ଆତ୍ମ୍ ଅଭିମାନ ।
ସବୁଠି'ତ ଚଞ୍ଚକ ପଣିଆ -
ଛକାପଞ୍ଝା ସ୍ୱାର୍ଥାଭିଷ୍ଟ ଜଜ୍ଞ ।
ସମସ୍ତେ ବଦାନ୍ଯ ଶବ୍ଦରେ ଶବ୍ଦରେ
ବିଜ୍ଞପିତ ଛଳ ଓ ଛନ୍ଦରେ
ହେ ଈଶ୍ବର ଜ୍ଞାନ ରବି ଉଦୟରେ
ଅପସରି ଯାଉ ଅଦିନିଆ ବାଦଲର
ଅଦହୁତି ପଣ
ଖର କ୍ଷୀପ୍ର ତେଜନେଇ ପୋଡିଯାଊ
ଜୀବନରୁ ଏ ଅନ୍ଯାୟ ମୂଲଚାଲ ।
କର୍ମ ସଂସ୍ଥାନ ସଦ୍ଭାବେ
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ
ଦୂର ହେଉ ସମୟ ର ଦାଦନ ସଙ୍କଟ ।