STORYMIRROR

Krushna Chandra Lenka

Inspirational Children

3  

Krushna Chandra Lenka

Inspirational Children

ଦେଶଭକ୍ତ ଅଟଳ ବିହାରୀ ବାଜପେୟୀ

ଦେଶଭକ୍ତ ଅଟଳ ବିହାରୀ ବାଜପେୟୀ

1 min
276

ତୁମ୍ଭ କିର୍ତ୍ତୀରାଜି ମନେପଡେ ଆଜି

 ହେ ଦେଶ ବୀର ସନ୍ତାନ 

ସ୍ୱାଧୀନତା ପାଇଁ କାରାଗାରେ ରହି

 ବିତାଇଥିଲ ଜୀବନ।


ଏଇ ମୋର ଦେଶେ ତୁମରି ସକାଶେ

  ହୋଇଚି କେତେ ବିକାଶ 

ପ୍ରଧାନମନ୍ତିରୀ ସଡକ ଯୋଜନା

 ସ୍ୱର୍ଣ୍ଣ ଚତୁର୍ଭୁଜ ବେଶ।


ତୁମରି ଉଦ୍ୟମେ ଗଢିଅଛି କ୍ରମେ

  କେତେ ଯେ ସଡକ ପଥ 

ବିକାଶର ଧାରା ବହେ ଦେଶ ସାରା

 ସେଦିନୁଁ ଏଦେଶେ ସତ।


କେବେ ସ୍ତମ୍ଭକାର କେବେ ହାସ୍ୟକାର

  କେବେ ଯେ କବିତା ଗାଇ 

ପବିତ୍ର ସଂସଦ ହୋଇଯାଏ ସ୍ତବ୍ଧ

  ତୁମ୍ଭ ଭାଷାକୋଷ ପାଇଁ।


ସ୍ଵଭାବ ତୁମର କେଡେ ନମ୍ର ଭଦ୍ର

  କଳନା ଯାହାର ନାହିଁ 

ତବ ସମ ଜଣେ ବିରଳ ନାୟକ

  ଧରାଧାମେ ସତେ କାହିଁ?


ଜନମ ଦିବସେ ଆଜ ତୁମ ପାଶେ

  ଏତିକି ମୋହର ଅଳି 

ପ୍ରଣିପାତ ହୋଇ ଜଣାଉଛି ମୁହିଁ

  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational