STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଦେଶ ପ୍ରେମୀ

ଦେଶ ପ୍ରେମୀ

1 min
185

ବଇରୀ ଆଖିରୁ ନିଦ ହଜିଯାଏ

     ତୁମ ରଣନୀତି ପାରେନି ବୁଝି

  ଟାଣପଣ ତାର ଚୁନା କରିଦିଅ

    ଜୀବନକୁ ତୁମ ଲଗାଇ ବାଜି...


ଆକାଶ ହେଉକି ଅଥଳ ସାଗର

    ମାଟି ହେଉ ଆବା ହିମ ଶିଖର  

  ବଇରୀର ଛାତି ଥରାଇ ଦିଏରେ 

    ତୁମ ରଣଭେରୀ ରଣ ହୁଙ୍କାର

  ସୀମା ସେପରିରେ ପ୍ରଳୟ ରଚରେ

    ଆତଙ୍କବାଦୀଙ୍କ ଶିବିର ଖୋଜି....  


ମାଟିରେ ଗରଜେ କମାଣ ତୁମର

   ଆକାଶ ଛାତିରୁ ଫୁଟାଅ ବୋମା

ଅଥଳ ଜଳରେ ତୁମ ନଉଭେଳା

    ଚମକାଇ ଦିଏ ଭୂମିରୁ ଭୂମା

 ନିତି ଲେଖ ତୁମେ ନୂଆ ଇତିହାସ

    ତ୍ରିରଙ୍ଗାରେ ସାରା ଦୁନିଆ ସାଜି ....


ବରଫ ଶେଯରେ ବିତିଯାଏ ତୁମ

   କେତେ ଯେ ବିନିଦ୍ର ହେମାଳ ରାତି

ମରୁରେ ମରୁରେ ବିଷମ ଗ୍ରୀଷମ

   ଝଡ ଝଞ୍ଜାକୁ ତ ନଥାଏ ଭୀତି

ଦୂରୁଗମ ପଥେ ତୁମେ ଚାଲୁଥାଅ

  ଆମେ ଯାଉ ସୁଖ ସପନେ ହଜି ....


ଭାରତବାସୀଙ୍କ ଗର୍ବ ତୁମେ ବୀର

   ସଲାମ୍ କରୁଛୁ ନୁଆଁଇ ମଥା

ଭାରତ ମାତାର ସୁଯୋଗ୍ୟ ସନ୍ତାନ

  ଗଉରବେ ଭରା ତୁମରି ଗାଥା

ସେହି ବୀର ଗାଥା ଗାଇଗାଇ ଆମେ

ଦେଶ ପ୍ରେମ ଦୀପ ଦେବୁରେ ତେଜି....

    


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational