STORYMIRROR

DILIP KUMAR SAHOO

Crime

3  

DILIP KUMAR SAHOO

Crime

ଦେଖ ବାବୁଙ୍କ ଖେଳ

ଦେଖ ବାବୁଙ୍କ ଖେଳ

1 min
133

  

ଭଲା କଳିକାଳ କଳା କରି ବାଳ

 ଦେଖ ଦରବୁଢାଙ୍କର ଖେଳକୁ

 ପ୍ରେମ ନିବେଦନ କରିଥାନ୍ତି ବାବୁ

 ଝିଅ ବୟସର ଝିଅଙ୍କୁ ।


ଏମିତି ତାଙ୍କର ପ୍ରେମ ଉଛୁଳଇ

 ଲାଜ ଲାଗେ ନାହିଁ ମୁହଁକୁ

ପାଗଳ ହୋଇସେ ଭୁଲି ଯାଇଥାନ୍ତି

ପଦ ପଦବୀର "ମାନ" କୁ।


ଅଲାଜୁକ ଗୁଡା ଝିଅ ମାନଙ୍କୁ ତ

ଫୋନ୍ କରନ୍ତି ରାତିରେ

ଅଧସ୍ଥନ ବୋଲି ଝିଅ ହୁଏ କଥା

ପଥର ଥୋଇ ତ ଛାତିରେ।


ନିରୋଳା ରେ ବାବୁ, ଚାମ୍ବର କୁ ଡାକି

ପ୍ରେମାଳାପ ପୁଣି କରନ୍ତି

ବଡ ଅଧିକାରୀ ,ତାଙ୍କ ବିରୁଦ୍ଧରେ

କହିବାକୁ ଝିଅ ଡରନ୍ତି ।


ଗୁହାରୀ କରନ୍ତି ଉପରେ ଯାହାଙ୍କୁ

ସେମାନେ ତ ସବୁ ଯୋଡି

ଅଭିଯୋଗ ରଖି ଫାଇଲି ଭିତରେ

ମଙ୍ଗକୁ ଦିଅନ୍ତି ମୋଡି।


କଥା ଯଦି କେବେ ପଦାକୁ ଆସଇ

ଦେଖ ବାବୁଙ୍କର ତାଉ

ଡାହା ମିଛ କହି ସଭା ସମିତିରେ

ଦେଖାନ୍ତି ତାଙ୍କର ଭାଉ।


କଥା ଯେତେବେଳେ ଅସମ୍ଭାଳ ହୁଏ

ନିଜ ଆଡୁ କେସ୍ କରନ୍ତି

ମନଗଢା କେତେ କାହାଣୀ ବଖାଣି

ଆଗୁଆ ଜାମିନି ପାଆନ୍ତି।


ବିଚାରି ପୀଡ଼ିତା ପରିବାର ଏଣେ

ହନ୍ତସନ୍ତ ନିତି ହୁଅନ୍ତି 

କେତେ ଲୋକଙ୍କର କେତେ ପ୍ରଶ୍ନ ବାଣ

ଉତ୍ତର ଦେବାକୁ ଡରନ୍ତି  ।

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime