STORYMIRROR

Narayan chandra Senapati

Tragedy

3  

Narayan chandra Senapati

Tragedy

ଦେଇଛକି କେବେ

ଦେଇଛକି କେବେ

1 min
240



ଦେଇଛକି କେବେ ମା'କୁ ଵଚନ ରଖିବ ତା ମାନ ସମ୍ମାନ

ପ୍ରତି ମୁହୂର୍ତ୍ତରେ ଜଳି ଜଳି ଯିଏ ଜୀଆଁଇଛି ତୁମ ଜୀବନ।୧।

ଦେଇଛକି କେବେ ବାପାକୁ ଵଚନ ହେବ ତାଙ୍କ ଠାରୁ ଉଚ୍ଚା

ଦଗ୍ଧ କରି ମନ ହୃଦୟ ଅନ୍ତର ଶୁଣିବାକୁ ଟିକେ ସଚ୍ଚା।୨।

ଦେଇଛକି କେବେ ଗୁରୁଙ୍କୁ ଵଚନ କରିବ ଆକାଂକ୍ଷା ପୂରଣ

ଶୟନେ ସପନେ ତୁମ ଭଲ ଚିନ୍ତି ସ୍ୱାର୍ଥକୁ କରନ୍ତି ଦହନ।୩।

ଦେଇଛକି କେବେ ସାଥୀଙ୍କୁ ବଚନ ଦୁଃଖେ ସୁଖେ ହେବ ଭାଗୀ

ବିଶ୍ୱାସରେ ବିଷ କେବେ ବି ଦେବନି ଦୁଃଖେ ଥିଲେ ଦେଵ ଜାଗୀ ।୪।

ଦେଇଛକି କେବେ ପ୍ରିୟ/ପ୍ରିୟାକୁ ବଚନ ଛାଡି ଦେବନାହିଁ ହାତ

ଝଡଝଞ୍ଜା କିବା ଯନ୍ତ୍ରଣା ବିପଦେ ଗାଉଥିବ ପ୍ରେମ ଗୀତ।୫।

ଦେଇଛ କି ଗାଁ ମାଟିକୁ ବଚନ ଭୁଲିବନି ତା'ର ନାଆଁ

ଯେଉଁଠି ଥିଲେ ବି ଝୁରି ଭାଳୁଥିବ ତା'ର ସ୍ମୃତି ପ୍ରୀତି ଛୁଆଁ।୬।

ଦେଇଛ କି ଜନ୍ମ ମାଟିକୁ ବଚନ ପୋଛିବାକୁ ଆଖି ଲୁହ

ପ୍ରାଣବଳୀ ଦେଇ ଶତ୍ରୁ ହଟାଇବ ହଟାଇ ମାଆର କୋହ।୭।

ଦେଇଛକି କେବେ ସ୍ରଷ୍ଟାଙ୍କୁ ବଚନ ତଵ ଇଚ୍ଛା ପୂର୍ଣ୍ଣ ହେଉ

ସକଳ ସୃଷ୍ଟିଙ୍କ ହିତ ପiଇଁ ପଛେ ମୋ ଜୀବନ ଚାଲିଯାଉ।୮।

ବଚନ,ଶପଥ, ପ୍ରତିଜ୍ଞାର ଅର୍ଥ ଭଲ କରି ଜନେ ବୁଝ

ଆଶା,ଆକାଂକ୍ଷା ଓ ଉଦ୍ଦେଶ୍ୟ ପୁରଣେ ତ୍ୟାଗ ନିଷ୍ଠା ଶ୍ରମ ଯୁଝ।୯।


ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା, କେନ୍ଦୁଝର।


Rate this content
Log in

Similar oriya poem from Tragedy