STORYMIRROR

Kulamani Sarangi

Abstract

3  

Kulamani Sarangi

Abstract

ଦେବଯାନୀ (୩୭ତମ କଳିକା)

ଦେବଯାନୀ (୩୭ତମ କଳିକା)

2 mins
153

ଘୋର ଅନୁତାପ ଅନଳେ ଦଗ୍ଧ ଶର୍ମିଷ୍ଠା ବାଳୀ,

ଶୁକ୍ରାଚାର୍ଯ୍ୟଙ୍କର ପାଦରେ ପଡି କରନ୍ତି ଅଳି

"କ୍ଷମାକର ଦୋଷ ମୋର ହେ ଗୁରୁ ! କ୍ଷମାସାଗର,

'କ୍ଷମା' ପରିଚୟ ଜଗତେ ମହା ମନୀଷୀଙ୍କର

ମୋର କର୍ମ ପାଇଁ ନ କର ଦାୟ ମୋର ପିତାଙ୍କୁ,

ପ୍ରାୟଶ୍ଚିତ ପଛେ କରିବି ତେଜି ତୁଚ୍ଛ ପ୍ରାଣକୁ'


ରାଜକନ୍ୟା ବାଣୀ ଗୁରୁଙ୍କ ବ୍ୟଥା କଲା ସ୍ଥଗିତ,

ହୃଦୟରେ ହେଲା ସ୍ତିମିତ କ୍ରୋଧ ଚକ୍ର ଆବର୍ତ୍ତ

ବୋଇଲେ "ମାଆ ଲୋ ଶର୍ମିଷ୍ଠା ଜାଣି ପାରିଛି ମୁହିଁ, 

ବାଲ୍ୟ ଚପଳତା ହେତୁ ଏ କର୍ମ କରିଛୁ ତୁହି

କ୍ଷମା ଆଚରିବା ଉଚିତ କାର୍ଯ୍ୟ ଅଟେ ତୋହର,

ମାତ୍ର ନାହିଁ କ୍ଷମା ଦେବାର ଅଧିକାର ମୋହର


ଅପରାଧୀ ତୁହି ଯାହାର ,କ୍ଷମାଦାତ୍ରୀ ସେ ତୋର,

ଦେବଯାନୀ ପାଶେ ଆଶ୍ରମେ, ଯାଇ କ୍ଷମା ଆଚର

ତୋ ମଧୁର ଭାଷେ ତୋ'ସଖୀ, ମନ ଗଲେ ବଦଳି,

ସମାଧାନ ସବୁ ହୋଇବ, ଆଉ ନଥିବ କଳି

ଶୁଣି ବୃଷପର୍ବା ଆନନ୍ଦେ, ରାଜଜେମା ସହିତେ,

ପହଞ୍ଚିଲେ ଶୁକ୍ର ଆଶ୍ରମେ ଦେବଯାନୀ ଅଗ୍ରତେ


ଦେବଯାନୀ ପାଦେ ଶର୍ମିଷ୍ଠା ପଡି କରନ୍ତି ଅଳି,

"ସଖୀ କ୍ଷମାକର ମୋ ଦୋଷ,ଦେଇ ଯେତେବା ଗାଳି

ଅପରାଧୀ ଯେଣୁ ମୁଁ ତୋର,ଶିରୋଧାର୍ଯ୍ୟ ତୋ ଦଣ୍ଡ" ,

ଶୁଣି ମୁନିକନ୍ୟା ମନରେ କ୍ରୋଧ ଜଳେ ପ୍ରଚଣ୍ଡ

ଘୃତଦାନେ ଯଥା ପାବକ ତଥା ହେଲା ତା ମନ,

ରକ୍ତାଭ ହୋଇଲା ନୟନ, ମୁଖ ପଳାଶ ବର୍ଣ୍ଣ

ବୋଇଲେ "ଉପଯୁକ୍ତ ଶାସ୍ତି ଯେବେ ଗ୍ରାହ୍ୟ ତୋହର,

ପରତେ ମୁଁ ଯିବି କେମନ୍ତେ,ସତ୍ୟ କର ତ୍ରିବାର


ଧରି ଗଙ୍ଗାଜଳ ହସ୍ତରେ ,କଲେ ଶର୍ମିଷ୍ଠା ସତ୍ୟ,

ସାକ୍ଷୀ ଦଶଦିଗ ପାଳ ହେ ଚନ୍ଦ୍ର ସୂର୍ଯ୍ୟ ମରୁତ

ଦେବତା,ମାନବ,ଦାନବ,ଯେତେ କୀଟପତଙ୍ଗ,

ସ୍ଥାବର ଜଙ୍ଗମ ଯେ ଅଛ,ସାକ୍ଷୀ ଥାଅଟି ସର୍ବ

ମୋର ଅପରାଧ ନିମନ୍ତେ, ଯେଉଁ ଦଣ୍ଡ ବିଧାନ,

କରିବ ସଖୀ ଦେବଯାନୀ,କରିବି ମୁଁ ଗ୍ରହଣ।"


ଶୁଣି ଦେବଯାନୀ ବୋଲନ୍ତି "ଯେବେ କରିଲୁ ସତ୍ୟ,

ଦାସୀ ହୋଇ ମୋର ରହିବୁ,ମୋର ମୃତ୍ୟୁ ପର୍ଯ୍ଯନ୍ତ"

ହସି ହସି ବୋଲେ ଶର୍ମିଷ୍ଠା'ଏହି ସାମାନ୍ୟ କଥା

ମାଗିଥିଲେ ଦେଇ ଥାଆନ୍ତି ପ୍ରାଣ,ନ ଲଭି ବ୍ୟଥା

ଗ୍ରହଣ କଲି ତୋ ଦାସୀତ୍ୱ,ମନ ଉଣା ନ କର, 

ମନ ଜାଣି ସେବା କରିବି ବୋଲିବୁ ଯେ ପ୍ରକାର


ଶୁଣି ଏ ନିଷ୍ଠୁର ବିଧାନ,ସ୍ତବ୍ଧ ହେଲା ବ୍ରହ୍ମାଣ୍ଡ,

ସ୍ଥିର ହୋଇ କ୍ଷଣେ ଅଟକି ଗଲେ ନଭେ ମାର୍ତଣ୍ଡ

ସ୍ଥଗିତ ହୋଇଲା କ୍ଷଣିକ ପାଇଁ ସମୟ ଗତି,

ସ୍ଥିର ହୋଇଗଲେ ମରୁତ,ସ୍ତବ୍ଧ ହେଲା ଧରିତ୍ରୀ

କ୍ଷଣପାଇଁ ସ୍ଥିର ହୋଇଲା ବୀଚୀମାଳା ସାଗରେ,

ସ୍ତବ୍ଧ ହେଲା ସ୍ୱର୍ଗ ପାତାଳ,ମୁନିକନ୍ୟା ଶାସ୍ତିରେ


ଝରାଇଲେ ଅଶ୍ରୁ ଦାନବରାଜ,ଶୁଣି ଏ ଶାସ୍ତି,

ଚମକି ପଡି ଶୁକ୍ରାଚାର୍ଯ୍ୟ ଦେଲେ ମସ୍ତକ ପୋତି

ଦେବଯାନୀ ମୁଖ ଅନାଇଁ ବୋଲନ୍ତି ଶୁକ୍ରାଚାର୍ଯ୍ୟ,

ଏ କି କଲୁ ଏ'କି କଲୁ ମା କେଡେ ଅନର୍ଥ ଆଜ

ଅବିବେକ ଦଣ୍ଡବିଧାନ ସଦା ଅଟଇ ଘୃଣ୍ୟ,

ବିଶାଳ-ହୃଦୟ ସର୍ବଦା କରେ କ୍ଷମା ବିଧାନ


କ୍ରମଶଃ


Rate this content
Log in

Similar oriya poem from Abstract