ଦେବତା କରନ୍ତି ସ୍ତୁତି
ଦେବତା କରନ୍ତି ସ୍ତୁତି
ନମୋ ନମୋ ଗଣନାଥ ଗଉରୀ ନନ୍ଦନ
ନମୋ ପ୍ରଭୁ ଜ୍ଞାନ ଦାତା ବିଘ୍ନ ବିନାଶନ (ଘୋଷା )
ଏକଦନ୍ତ ମହାକାୟ ଲମ୍ବୋଦର ସୁନ୍ଦର
ଘେନ ପ୍ରଭୁ ପୁଜାଫୁଲ ଦିଅବିଦ୍ୟା ଭଣ୍ଡାର
ତୁମ୍ଭ ଲାଗି ଝୁରେ ମନ
ଦିଅ ବାରେ ଦରଶନ
ନମୋ ନମୋ ଗଣପତି ଶିବଙ୍କ ସନ୍ତାନ.........,.1
ମୁହିଁ ତ ମୁରୁଖ ନ ଜାଣଇ କିଛି
ବିକଳ ହୋଇଣ ଚରଣ ବନ୍ଧୁଛି
ହେ ପ୍ରଭୁ ହେରମ୍ବ
କର ପରି ରମ୍ଭ
ମୁକ୍ତି ଦିଅ ପ୍ରଭୁ ହୋଇ ଉଦାସୀନ.........2
ମହାଯୋଗୀ, ମହା ଜ୍ଞାନୀ ସିଦ୍ଧି ବୁଦ୍ଧି ଦାୟକ
ମଙ୍ଗଳ ମୟ ପ୍ରଭୁ ଜ୍ଞାନ ଦାୟୀ ବିନାୟକ
କରୁଛି ନାମ ଶ୍ରବଣ
ନମୋ ମୁଷିକ ବାହାନ
ଗାଏ ଜଗନ୍ନାଥ ଗୀତେ ଘେନ ଦିନ ଜଣାଣ.....3
