STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଡଷ୍ଟବିନ୍

ଡଷ୍ଟବିନ୍

1 min
191


ନିରବ ନିସ୍ତବ୍ଧ ଘରର

ବାହାରେ ଗୋଟିଏ

କୋଣରେ ବାସସ୍ଥାନ

       ତାର

‌ରୂପ ତାହାର ଅତି

‌ମନଲୋଭା ନାଲି ନେଳୀ

ହଳଦିଆ ବିଭିନ୍ନ ରଙ୍ଗରେ

ସୁସଜ୍ଜିତ ହୋଇ ରହିଥାଏ

ତା ପ୍ରତି କାହାର ଦୃଷ୍ଟିନଥାଏ

ହୃଦୟ ଟି ତାର ଭାରି ବିସ୍ତାର

ନିଜର ଚାକଚକ୍ୟ ପାଇଁ

 ନଥାଏ ତା ଚିନ୍ତା

ଭିତରେ ସେ ଧରିରଖେ

କୁଢ କୁଢ ମଇଳା ଆବର୍ଜନା

ତା ବିନା ନିମିଷେ ଚଳେନା

ସଭିଙ୍କ ଚାହିତାର ଗନ୍ତାଘର

ଯିଏ ଯାହା ପାଏ ସବୁ ଅଲୋଡା

ତା ଦେହରେ ଫୋଫାଡି ଦିଏ

ତଥାପି ସେ ମୂକ ସାଜେ

ସହିଚି କେତେ ଅଇଁଠା

କେତେ ପାଦ ଧୂଳି ମାନି

ନେଇଚି ସେ ତାକୁ ଚନ୍ଦନ

କେଡେ ପବିତ୍ର ତା ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational