STORYMIRROR

Arun Kumar Mitra

Comedy Others

2  

Arun Kumar Mitra

Comedy Others

ଡଗ୍ ବିରିଆନୀ

ଡଗ୍ ବିରିଆନୀ

1 min
13.3K


ଏଇ ସେଦିନ କଲିକତାରେ, ଶାଳୀର ଆମନ୍ତ୍ରଣେ

ଗ୍ରୀଷ୍ମକାଳୀନ ଲମ୍ବା ଛୁଟି, ଗଲି ପର୍ଯ୍ୟଟନେ।

ପହଞ୍ଚି ଦେଖେ ଶାଳୀ ସାହେବାର, ଚାରି ବର୍ଷର ଛୁଆ

ତାକୁ ନେଇକି ବ୍ୟସ୍ତ ସଭିଏଁ, ରୋଗ ଧରିଛି ନୂଆ।

ସୁସୁ କରଇ ଗୋଡ଼ ଟେକିକି, ଡାକ ଦିଏ ଭେଁଉ ଭେଁଉ

ଶଙ୍ଖ ଭଳି ପୁଁ ପୁଁ କରଇ, କହିଲେ କଥା ଯେଉଁ।

ଶାଳୀ ପଚାରେ ଛାନିଆ ହୋଇ , କ'ଣ କରେ ଉପାୟ

ଶାଳିର ପତି ରାଗିକି କହେ, ଲଜ୍ଜା ନାହିଁ ତମର ।

କାଲି ଖାଇଛ ରେଷ୍ଟୁରାଣ୍ଟ୍ରରେ, ମଟନ୍ ବିରିଆନୀ

ତାପରଠୁ ପୁଅର ମୋର, ଏଇ ବ୍ୟାଧି ଆମଦାନୀ।

ଜାଣିଛ କିସ, କୁକୁର ମାଂସ, ମଟନ୍ ବଦଳରେ

ଦିଆ ଯାଉଛି ବିରିଆନୀରେ, ଅନେକ ହୋଟେଲରେ।

ସେଇଆ ଖାଇକି ପୁଅର ନୂଆ, ବିଚିତ୍ର ଲକ୍ଷଣ

ସବୁବେଳେ କୁକୁର ପରି, କରଇ ଆଚରଣ।

ଏସବୁ ଦେଖି ମୋ ମନରେ, ଆସିଲା ଭୀଷଣ ଭୟ

ନିରାମିଷ ହେଲି ଆଜିଠୁ, ରହିବନି ସଂଶୟ।

"କବି ଅରୁଣ ମିତ୍ର" ଜୟ ଜଗନ୍ନାଥ



Rate this content
Log in

Similar oriya poem from Comedy