STORYMIRROR

Pujashree Mohapatra

Children

3  

Pujashree Mohapatra

Children

ଦାରିଦ୍ର୍ୟରେ ବନ୍ଧା ଶୈଶବ

ଦାରିଦ୍ର୍ୟରେ ବନ୍ଧା ଶୈଶବ

1 min
217

ସେ ଆଖି ଦୁଇଟି ରେ ସତେ ଯେମିତି 

ଥିଲା କିଛି ଗୋଟେ ଚୁମ୍ବକୀୟ ଆକର୍ଷଣ  

ଯେତେ ଯେତେ ସେ ମୋ ଠାରୁ ଦୂରେଇ ଯାଉଥିଲା ।

ତା ପ୍ରତି ମୋ ଆତ୍ମୀୟତା ହୃଦୟ ଭିତରେ ଆହୁରି ଭରି ଯାଉଥିଲା ।

ତା ଆଖିରୁ ବାରି ହେଉ ଥିଲା ଅଜସ୍ର ପୀଡ଼ା

ମନ ରେ ତାର ଥିଲା ହୁଏତ ପ୍ରେମ ପାଇବାର ବ୍ୟାକୁଳତା,

ତା ଓଠ କହିପାରୁ ନଥିଲା ସିନା 

କିନ୍ତୁ ଆଖି ବହୁତ୍ କିଛି ବ୍ୟକ୍ତ କରୁଥିଲା

ଦେଖୁ ଦେଖୁ ସେ ସେହି ଅନ୍ଧାରରେ ମିଶି ଯାଇଥିଲା ।

ମୋର କିଛି ବୁଝିବା ଆଗରୁ କିଛି କହିବା ଆଗରୁ 

ସେ ମୋ ଆଖି ସାମ୍ନାରୁ କେଉଁଠି ହଜି ଯାଇଥିଲା

ଷ୍ଟେସନର ଅନ୍ଧାର ଗଳି ତାକୁ ସେତେବେଳେକୁ ଗିଳି ସାରିଥିଲା ।

ଆଉ ମୋ ଆଖି ସାମ୍ନାରେ 

ତାର ସେ ନିରୀହ ଚେହେରା ବାରମ୍ବାର ଝଲସି ଉଠୁଥିଲା ।

ମୋ ଆଖି ତାକୁ ପୁଣି ଥରେ ଖୋଜୁଥିଲା

ସେ କୁନି ଶିଶୁଟି ଶେଷ ଥର ପାଇଁ ମୋ ହାତରୁ  

କିଛି ଅର୍ଥ ନେଇ ଆଗକୁ ଚାଲି ଯାଇଥିଲା 

ମୋ ପାଖରେ ଉପାୟ ବା କ'ଣ ଥିଲା

ଟ୍ରେନଟି ଷ୍ଟେସନ ଛାଡ଼ିବାକୁ ନିର୍ଦେଶ ଦେଇ ସାରିଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children