STORYMIRROR

Pujashree Mohapatra

Others

3  

Pujashree Mohapatra

Others

ଆଶାର ଆଲୋକ

ଆଶାର ଆଲୋକ

1 min
22

ସମୟ ମୋ ହାତରେ ତା ହାତକୁ ଛନ୍ଦି 

ମୋତେ ଟାଣି ନେଇ ଯାଉଛି ତା ସ୍ରୋତରେ 

ଏକ ଅଜଣା ଠିକଣାକୁ 

ଜାଣେନା ମୁଁ କାହିଁକି

ନିଜକୁ ଏତେ ଅସହାୟ ମନେ କରୁଛି 

ଖାଲି ଜାଣିଛି ଏତିକି, ଆଗକୁ 

ବହୁ ଘାତ ପ୍ରତିଘାତ ସହିବାକୁ ପଡ଼ିବ 

କାନ୍ଧରେ ବୋହି ନେବାକୁ ପଡ଼ିବ 

ଅନେକ ଯନ୍ତ୍ରଣାର ବୋଝ 

ଆଉ ଅପେକ୍ଷା କରିବାକୁ ପଡ଼ିବ 

କେବେ ସେ ନିରାଶାର ଅନ୍ଧକାର ଭିତରୁ 

ଏକ ଆଶାର ଆଲୋକ ଦିପ୍ ଦିପ୍ କରି ଜଳି ଉଠିଵ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍