STORYMIRROR

Pujashree Mohapatra

Romance

3  

Pujashree Mohapatra

Romance

ଦୁହେଁ ଦୁହିଁଙ୍କ ପାଇଁ

ଦୁହେଁ ଦୁହିଁଙ୍କ ପାଇଁ

1 min
264

ମଳୟର ସେହି ମିଠା ସ୍ପର୍ଶରେ 

ଆମେ ଦୁହେଁ ହଜିଯାନ୍ତି ଦୁହେଁ ଦୁହିଁଙ୍କ ଭିତରେ

ଏହି ଖୋଲା ଆକାଶ ବୁକୁରେ 

କିଛି ଅକୁହା କଥା 

କିଛି ଅକୁହା ବ୍ୟଥା 

ମନ ସବୁ କିଛି ବୁଝିଯାଏ 

ସେହି କ୍ଷଣି ଅନ୍ତ ଘଟେ ବହୁ ପ୍ରତୀକ୍ଷାର 

ଆଉ ମୁଁ ମଥା ଡେରି ଦିଏ ତୁମ ଛାତିରେ 

ଲୁହ ମୋର ବୋଲ ମାନେନା

ଅଭିମାନ କରି ସବୁ ଝରି ପଡନ୍ତି ଧିରେ 

ସ୍ମୃତି ସବୁ ଓଲଟ ପାଲଟ ହୋଇ 

ନାଚି ଯାଆନ୍ତି ଆଖି ସାମ୍ନାରେ 

ମୁଁ ଆଶ୍ୱାସନା ଦିଏ ମୋ ହୃଦୟକୁ 

ତୁମେ ମୋତେ ଭରି ଦିଅ ତୁମ ବାହୁ ବନ୍ଧନରେ

ଆଉ ପ୍ରତିଶ୍ରୁତି ଦିଅ ଛାଡ଼ି ନ ଯିବାକୁ ପୁଣି ଥରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance