STORYMIRROR

Lavanya Nayak

Abstract

2  

Lavanya Nayak

Abstract

ଦାଗ ଗୋଟେ ପୁରୁଣା ସ୍ମୃତିର

ଦାଗ ଗୋଟେ ପୁରୁଣା ସ୍ମୃତିର

1 min
13.5K


ମନା କଲେ ବି

କେହି ଜଣେ ବୁଝାଉଚି

ଝାପ୍ ସା ନିଦରେ କି

ପ୍ରଣୟ ରାଗରେ

ଏଇ ଲକ୍ଷଣ....।

ଦେହ ବତୁରେ

ମନ ଉତୁରେ

କେବେ ଚୁଲିରେ ପଶେ

ଜଳେ ପୋଡେ

ଦାଗ ଲାଗେ

ଯାହା ମୁଁ ପଢିଚି

ତମେ ବି ପଢିଚ ।।

ସେ"ଦାଗ କ'ଣ ଲିଭେ

ସହଜରେ ........?

ଲିଭେନି ବୋଲି ତ

ଯୁଗେ ଯୁଗେ

ରାଧା ଝାସ ଦିଏ

ପ୍ରଭାସରେ ।

ଆଉ...

ମୀରାକୁ ମହୁରାରେ

ମରିବାକୁ ପଡେ ।।

ଏବେ,କେବଳ

ପ୍ରଶ୍ନ ମୋର

ଉତ୍ତର ତମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract