Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lavanya Nayak

Romance Abstract Others

2.5  

Lavanya Nayak

Romance Abstract Others

ତପସ୍ୟା

ତପସ୍ୟା

1 min
13.9K


ଦେଖୁଚ ତ ?

ଉଦାସୀ ଜହ୍ନକୁ ,

ମୁହଁ ଫୁଲେଇ ଭୋଦୁଅ

ମେଘ କାନିରେ ସବୁ ଲୁହ

କେମିତି ପୋଛି ସାରିଛି !

କାଶତଣ୍ଡି ଭସାଣ ମାୟାରେ

ମଣ୍ଡିହୋଇ ଚାଲୁ ଚାଲୁ ଝୁଣ୍ଟୁଛି ।।

ଦିଶୁ ନ ଥିବା ଦିଗ୍ ସେପାରିରୁ

ହାତ ହଲାଇ କହୁଛି;

ପ୍ରିୟ ଗୋ ! 

ମତେ ଦେଖି ପାର କି ନ ପାର,

ବର୍ଷା ଇର୍ଷା କରୁ ବା ନ କରୁ

ଆକାଶ ହସୁ କି ଜହ୍ନ କାନ୍ଦୁ

ତମକୁ ଇ ଅପେକ୍ଷା କରୁଥିବି ।

ତମାମ ଖବରରେ ଚର୍ଚ୍ଚାହେଉ

ମୁଁ ତମକୁ ଭଲପାଇବାର କଥା,

ନିନ୍ଦା ମୋ ହେଉ ଆଲୋଚିତ ।

ତଥାପି;

ନିଶ୍ବାସ ଥମି ଯିବାଯାଏ

ମୁଁ ତମକୁ ଭଲପାଉଥିବି ;

ଦିନ ମାସ ବର୍ଷ ଯୁଗାନ୍ତର

ଏମିତି ଏ ତପସ୍ୟାରେ ମଗ୍ନଥିବି ।।


Rate this content
Log in

Similar oriya poem from Romance