STORYMIRROR

Samar Ballav Bhoi

Tragedy

3  

Samar Ballav Bhoi

Tragedy

ଦାଦନଙ୍କ ଦୁଃଖ

ଦାଦନଙ୍କ ଦୁଃଖ

1 min
237


ନିଜ ଭିଟାମାଟି ଛାଡ଼ି ଯାଇଥିଲେ

ଦିନେ ଜୀବନ ଜୀବିକା ପାଇଁ

କଷ୍ଟରେ ଅର୍ଜନ କରୁଥିଲେ ଧନ

କୁଟୁମ୍ବ ଜୀବନ ବଞ୍ଚିବ ସେହି।।


ଅଦୃଶ୍ୟ ଭୂତାଣୁ ସଂକ୍ରମଣ ପାଇଁ

ଦେଶ ବିଦେଶ ରେ ପଡ଼ିଲା ହୁଡି

ଶ୍ରମିକ ଦାଦନ ସବୁ ଏକାକାର

ତାଙ୍କ ଜୀବନ ଜୀବିକା ଗଲା ବୁଡି।।


ଘାତ ପ୍ରତିଘାତ ହୃଦୟେ ଧରିଣ

ଫେରି ଆସିଲେ ଭିଟାମାଟି

ବିଧିର ବିଧାନ କେ କରିବ ଆନ

ଦୁର୍ଘଟଣା ଯୋଗୁଁ ଜୀବନ ଦେଲେ ସେ ଭେଟି।।


ଭିଟାମାଟି ର ଉଜୁଡା ସ୍ନେହରେ

ଫେରିଥିଲେ ବଞ୍ଚିବାର ଆଶା ନେଇ

କରୋନା ମାଡରେ ଭାଙ୍ଗି ଗଲା ଅଣ୍ଟା

ଆଶା ଓ ଭରସା ଝୁଲୁଛି ଦୋଳି ହୋଇ।।


ଗୁଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ପାଇଁ ତ

ଦାଦନର ଦିନରାତି ଏମିତି ବିତେ

ଭୋକିଲା ପେଟରେ ଦାନା ଦେବା ପାଇଁ

ଏ ରାଜ୍ୟରୁ ଯାଇ ଅନ୍ୟରାଜ୍ୟ ରେ ଖଟେ।। 


ଶ୍ରମିକ କଲ୍ୟାଣ ଯୋଜନା ତ ମାଳମାଳ

କିନ୍ତୁ ମିଳେନା ତାର ଏଠି ଥଳକୁଳ

ସକାଳୁ ଉଠିଲେ ଚିନ୍ତା ବଢିଯାଏ ମନେ

ମୂଲ ପାଇଁ ଖୋଜୁଥାଇ ସ୍ଥାନକାଳ।।


ବଞ୍ଚିଛି ଜୀବନ ସଙ୍କଟେ ଜୀବିକା

କରୋନା ଆଘାତ ପାଇଁ

କେବେ ତାଙ୍କ ପାଇଁ ଆଲୋକ ଆସିବ

ସମସ୍ତେ ରହିଛେ ଚାହିଁ।। 


ଆମକୃଷି, ଭିତିଭୂମି ଦେଲେ ସଜାଇ

ଦାଦନଙ୍କ ଦୁଃଖ ଯାଆନ୍ତା କମି

ପରିବାର ତାଙ୍କ ରହନ୍ତା ଖୁସି

ଦାଦନ ପାଇଁ ନ ଛାଡନ୍ତେ ଜନ୍ମଭୂମି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy