STORYMIRROR

Amita Rath

Tragedy

3  

Amita Rath

Tragedy

ଦାଦନ

ଦାଦନ

1 min
254

ପେଟର ଜ୍ୱାଳା ଆଉ ସୁଦୂରର ମୋହ

ଓଟାରି ନିଏ ତାକୁ ଜନ୍ମ ମାଟି ଠାରୁ ଦୂରକୁ.... ଅନେକ ଦୂରକୁ।

ନିଜେ ବି ଜାଣି ପାରେନା

କେତେ ବେଳେ ସେ ନାଭି ନାଡ଼ ଛିଣ୍ଡାଇ

ଜନ୍ମଭୂମି ଠାରୁ ହୋଇ ପଡ଼ିଛି ବିଚ୍ଛିନ୍ନ !

ଋତୁଚକ୍ରର ଆବର୍ତ୍ତନ ରେ ସମୟ ଗଡ଼େ,

ଦାନାପାଣି ର ଡାକରା ରେ

ସୂର୍ଯ୍ୟ ଉଏଁ.... ବୁଡ଼େ .... ପୁଣି ଉଏଁ.... ପୁଣି ବୁଡ଼େ।

କେହି ବିଚାର କରନ୍ତିନି କିଏ ଠିକ୍ ଆଉ କିଏ ଭୁଲ୍,

ନା ସେ ଏ କୁଳର ହୁଏ ନା ସେ କୁଳର....

ପରିବାରର ଦାୟରେ ଜନ୍ମଭୂମି ଛାଡ଼େ,

ଜନ୍ମଭୂମିର ମୋହ କିନ୍ତୁ ହାତଠାରି ଡାକେ ତାକୁ,

ଡହକ ବିକଳ ହୁଏ ସେ ଅନେକ ବିନିଦ୍ର ଓ ସ୍ୱପ୍ନହୀନ ରଜନୀରେ।

ନା ବଂଚି ପାରେ ସେଇଠି ନା ଫେରି ପାରେ ନିଜ ମାଟିକୁ

ଫେରିଲେ ବି କିଏ ତାକୁ ଆପଣାଏ ଯେ ?

ଜନ୍ମମାଟିର ମହକରୁ ଦୁଇ ଆଂଜୁଳା ଢୋକି ଦେଇ

ପୁଣି ଲେଉଟି ଯିବାକୁ ହୁଏ ସେଇ ଖଟିଖିଆ ରାଇଜକୁ........।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy