STORYMIRROR

DR SAMIR RANJAN BEHERA

Comedy

4  

DR SAMIR RANJAN BEHERA

Comedy

ଚୋରା ପୀରତି

ଚୋରା ପୀରତି

1 min
386

ଘରେ ମାଈପ ଅଛି

ତାକୁ ମିଠା ମିଠା କଥା କହୁଛି,

ଏଣେ ପ୍ରଧାନ ଘରର ବାଡ଼ୁଅ ଝିଅକୁ

ଚୋରା ପୀରତି କରୁଛି,

ଧାର କରି ମୋବାଇଲ ଆଣିଦେଉଛି,

ଘରେ ହାଣ୍ଡି ମାଙ୍କଡ଼ ଚିତ୍ ମାରୁଛି

ସ୍ତ୍ରୀ ଡାଲି ଚାଉଳ ଆଣ କହୁଛି,

ହେଲେ ଡାଲି ଚାଉଳ ଠୁଁ ଆରମ୍ଭ କରି

ଚିକେନ ପନିର

ପ୍ରଧାନ ଘରକୁ ଯାଉଛି,

ଏଣେ ସ୍ତ୍ରୀକୁ କହୁଛି

ଆଜି କାମ ନାହିଁ

ପଇସା ନାହିଁ

ଆଜି ଚଳେଇଦିଅ

କାଲି ସବୁ ଆଣିବା ପରା ମୁଁ କହୁଛି l

ଦିଟା ଛୁଆର ବାପ

ମନଟା ଖପ ଖପ

ଦରବୁଢ଼ା ହେଲେ କଣ ହେବ

ଜବନି ଧପ ଧପ,

କହୁଛି କଣ ନା,

ଆଲୋ ଧନ ବାହା ହେଇଜିବା

ଏ ଗାଁ ଛାଡି ପଳେଇଯିବା,

ବାଡ଼ିପଡ଼ା

ପେଟେଣ୍ଟ ମେଡ଼ିସିନ କାହାଣୀକି ଶୁଣିନୁ

ଝାଡୁକୁ କି ଡରୁନୁ,

ଆଗ ପଛରେ ପଡିଗଲେ

ପ୍ରେମ ନିଶା ଉତୁରିଯିବ ଭଲେ,

ଝିଅର ବାହାଘର ପ୍ରସ୍ତାବ ଯାଉଛି

ବୁଢ଼ା ଏଣେ କରୁଛି

ଚୋରା ପୀରତି l।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy