Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚୋର ତ ଚୋର

ଚୋର ତ ଚୋର

1 min
666


  ଚୋରତ ଚୋର ସିନେହ ଚୋର

  ମନ ଚୋର ପୁଣି ମମତା ଚୋର

  ସେ ଚୋରକୁ ପରା ଧରିବା ପାଇଁକି

  ଲୋଡା ହୋଇଥାଏ ଭକତି ଡୋର ।


  ବଇଁଶି ବଜାଇ ଗୋପ ଗୁଆଳିଙ୍କ

    ମନକୁ ଚୋରାଇ ନେଇଛି

  ମନ ଚୋରି କରି ରାଇକିଶୋରୀକୁ

   ପ୍ରେମ ପାଗଳିନୀ କରିଛି

  ଗାଧୁଆ ତୁଠରୁ ବସନ ଚୋରାଇ

    ଆଣିଛି ଯମୁନା ଜଳେ ଯୁଆର

      ଚୋର ତ ଚୋର ।


  ତଥିପରେ ତଥି ଯତନରେ ଥୋଇ

    ଲହୁଣୀ ଚୋରାଇ ଖାଇଛି

  ଧରା ପଡିଯାଇ  ମମତା ଫାଶରେ

    ମା ଠାରୁ ମାଡ ଖାଇଛି

  ସେହି ଚୋର ଯେବେ ମଥୁରାକୁ ଗଲା

     ଛାରଖାର ହେଲା ଗୋପ ନଗର

      ଚୋରତ ଚୋର ।


Rate this content
Log in

Similar oriya poem from Classics