STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚୋର ତ ଚୋର

ଚୋର ତ ଚୋର

1 min
592

  ଚୋରତ ଚୋର ସିନେହ ଚୋର

  ମନ ଚୋର ପୁଣି ମମତା ଚୋର

  ସେ ଚୋରକୁ ପରା ଧରିବା ପାଇଁକି

  ଲୋଡା ହୋଇଥାଏ ଭକତି ଡୋର ।


  ବଇଁଶି ବଜାଇ ଗୋପ ଗୁଆଳିଙ୍କ

    ମନକୁ ଚୋରାଇ ନେଇଛି

  ମନ ଚୋରି କରି ରାଇକିଶୋରୀକୁ

   ପ୍ରେମ ପାଗଳିନୀ କରିଛି

  ଗାଧୁଆ ତୁଠରୁ ବସନ ଚୋରାଇ

    ଆଣିଛି ଯମୁନା ଜଳେ ଯୁଆର

      ଚୋର ତ ଚୋର ।


  ତଥିପରେ ତଥି ଯତନରେ ଥୋଇ

    ଲହୁଣୀ ଚୋରାଇ ଖାଇଛି

  ଧରା ପଡିଯାଇ  ମମତା ଫାଶରେ

    ମା ଠାରୁ ମାଡ ଖାଇଛି

  ସେହି ଚୋର ଯେବେ ମଥୁରାକୁ ଗଲା

     ଛାରଖାର ହେଲା ଗୋପ ନଗର

      ଚୋରତ ଚୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics