ଚନ୍ଦ୍ରଭାଗାର ଚନ୍ଦ୍ରମାର ତୁମେ
ଚନ୍ଦ୍ରଭାଗାର ଚନ୍ଦ୍ରମାର ତୁମେ
ଅନିନ୍ଦ୍ୟ ରୂପ ସୌନ୍ଦର୍ଯ୍ୟ ସୁଷମା
ଲାଗେ ତୁମର ଅନୁପମା
ଅତୁଳନୀୟା ଲାବଣ୍ୟ ପ୍ରତିମା
ଦେଖି ସେ ଶୋଭାର ଆଭା
ପଡ଼ିଗଲି ମୁଁ ତୁମ ପାର୍ଥିବ ପ୍ରେମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ମୋ ମନ ବୃନ୍ଦାବନର
ତୁମେ ସଦ୍ୟ ବିକଶିତ ପାରିଜାତ
ତୁମ ହସ ବାସରୁ ଝରେ ଅମୃତ
ପବିତ୍ର ପ୍ରୀତିରେ ତୁମର
ହୋଇ ମୁଁ ବଶ ହୁଏ ଆକର୍ଷିତ
ରସ ଆସ୍ଵାଦନେ ତାର
ଚତୁଃପାର୍ଶ୍ଵ ଭ୍ରମର ସମ ଭ୍ରମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ମୋ ଆସକ୍ତିର ବିଭୂତି
ଭାବ ବିହ୍ଵଳ କରେ ମୋତେ
ତୁମ ଆଶା ଭାଷାର ପଦ ପଂକ୍ତି
ବନ୍ଧନରେ ହୁଏ ମୁଁ ବାନ୍ଧି
ଖୋଜେ ନାହିଁ ପାଇବାକୁ ମୁକ୍ତି
ଅନୁଭବ କରେ ଅତିଶୟ
ଲାଗେ ସତେ ଏ ଚିନ୍ମୟ
ବିସ୍ମରଣେ କ୍ଳେଶ କ୍ଳାନ୍ତି ମୋର
ପ୍ରମେୟରେ ପ୍ରାପ୍ତି ଲଭେ ଅମିୟ
ପରିପୂର୍ଣ୍ଣତାରେ ଜୀବନ
ମଧୁମୟ ହୁଏ ଏ ଧରାଧାମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ଗଢ଼ିଛି ପ୍ରେମର ସୂର୍ଯ୍ୟ ମନ୍ଦିର
କୋଣାର୍କର ଚାରୁ କୂଳେ
ଶାନ୍ତିର ନିଦ୍ରା ବିତେ ତୁମ କୋଳେ
ଅମର ହୋଇ ରହୁ ଏ ସମ୍ପର୍କ
ଲୀନ ନ ହେଉ କାଳେ କାଳେ
ଉଦ୍ଭାସିତ ହେଉ ପ୍ରେମର ଜ୍ୟୋତି
ପରସ୍ପର ମଧ୍ୟେ ରହୁ ଚିର ଅମ୍ଳାନ
କେବେ ନହେଉ ତାର ଇତି
ଉତ୍ସର୍ଗୀକୃତ ମୋର ସବୁ କିଛି
ଲିପିବଦ୍ଧ କରିଛି ମୁଁ ତୁମରି ନାମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ।