STORYMIRROR

Kabiratna Nutan Kumar Behera

Romance Inspirational

3  

Kabiratna Nutan Kumar Behera

Romance Inspirational

ଚନ୍ଦ୍ରଭାଗାର ଚନ୍ଦ୍ରମାର ତୁମେ

ଚନ୍ଦ୍ରଭାଗାର ଚନ୍ଦ୍ରମାର ତୁମେ

1 min
206

  

ଅନିନ୍ଦ୍ୟ ରୂପ ସୌନ୍ଦର୍ଯ୍ୟ ସୁଷମା 

ଲାଗେ ତୁମର ଅନୁପମା

ଅତୁଳନୀୟା ଲାବଣ୍ୟ ପ୍ରତିମା

ଦେଖି ସେ ଶୋଭାର ଆଭା

ପଡ଼ିଗଲି ମୁଁ ତୁମ ପାର୍ଥିବ ପ୍ରେମେ

ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ

ମୋ ମନ ବୃନ୍ଦାବନର

ତୁମେ ସଦ୍ୟ ବିକଶିତ ପାରିଜାତ

ତୁମ ହସ ବାସରୁ ଝରେ ଅମୃତ 

ପବିତ୍ର ପ୍ରୀତିରେ ତୁମର

ହୋଇ ମୁଁ ବଶ ହୁଏ ଆକର୍ଷିତ

ରସ ଆସ୍ଵାଦନେ ତାର

ଚତୁଃପାର୍ଶ୍ଵ ଭ୍ରମର ସମ ଭ୍ରମେ

ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ

ମୋ ଆସକ୍ତିର ବିଭୂତି

ଭାବ ବିହ୍ଵଳ କରେ ମୋତେ

ତୁମ ଆଶା ଭାଷାର ପଦ ପଂକ୍ତି

ବନ୍ଧନରେ ହୁଏ ମୁଁ ବାନ୍ଧି

ଖୋଜେ ନାହିଁ ପାଇବାକୁ ମୁକ୍ତି

ଅନୁଭବ କରେ ଅତିଶୟ

ଲାଗେ ସତେ ଏ ଚିନ୍ମୟ

ବିସ୍ମରଣେ କ୍ଳେଶ କ୍ଳାନ୍ତି ମୋର

ପ୍ରମେୟରେ ପ୍ରାପ୍ତି ଲଭେ ଅମିୟ

ପରିପୂର୍ଣ୍ଣତାରେ ଜୀବନ

ମଧୁମୟ ହୁଏ ଏ ଧରାଧାମେ

ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ

ଗଢ଼ିଛି ପ୍ରେମର ସୂର୍ଯ୍ୟ ମନ୍ଦିର

କୋଣାର୍କର ଚାରୁ କୂଳେ

ଶାନ୍ତିର ନିଦ୍ରା ବିତେ ତୁମ କୋଳେ

ଅମର ହୋଇ ରହୁ ଏ ସମ୍ପର୍କ

ଲୀନ ନ ହେଉ କାଳେ କାଳେ

ଉଦ୍ଭାସିତ ହେଉ ପ୍ରେମର ଜ୍ୟୋତି

ପରସ୍ପର ମଧ୍ୟେ ରହୁ ଚିର ଅମ୍ଳାନ 

କେବେ ନହେଉ ତାର ଇତି

ଉତ୍ସର୍ଗୀକୃତ ମୋର ସବୁ କିଛି

ଲିପିବଦ୍ଧ କରିଛି ମୁଁ ତୁମରି ନାମେ

ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance