ଚକଲେଟ ଦିବସ
ଚକଲେଟ ଦିବସ
ଅତି ଆଗ୍ରହରେ ଚାହିଁ ରହିଥିଲା
ଚକଲେଟ ଖାଇବ ବୋଲି
କଂଜୂସ ପ୍ରେମିକ ଖାଲି ଆସିଗଲା
ଡାଇବେଟିସ ଅଛି ବୋଲି
ରାଗିକି ପ୍ରେମିକା ମୁହଁକୁ ଛିଞ୍ଚାଡି
ସୋଫାରେ ବସିଲା ଯାଇ
ଡ଼ାର୍କ ଚକଲେଟ ଆଣିଲନି କିଆଁ
କହିଲା କୋପଭର ହୋଇ
କଂଜୂସ ପ୍ରେମିକ ହସିକି କହିଲା
ଚକଲେଟ ଖାଇବା ମନା
ମଧୁମେହ ରୋଗ ଅତି ମାରାତ୍ମକ
ମୋ ଆଡେ ଟିକେ ଅନା
ଚକଲେଟ ଦିବସେ ରାଗୁଛୁ କିଆଁ ଲୋ
ସମ୍ପର୍କ ତ ଆମ ମିଠା
ଚିନି ମୁହେଁ ଦେଇ ଦିବସ ପାଳିବା
ମୁହଁକୁ ଟିକେ ଉଠା

