STORYMIRROR

Sukanti Hotta

Romance

2  

Sukanti Hotta

Romance

ଚକଲେଟ ଦିବସ

ଚକଲେଟ ଦିବସ

1 min
174

ଅତି ଆଗ୍ରହରେ ଚାହିଁ ରହିଥିଲା

ଚକଲେଟ ଖାଇବ ବୋଲି

କଂଜୂସ ପ୍ରେମିକ ଖାଲି ଆସିଗଲା

ଡାଇବେଟିସ ଅଛି ବୋଲି


ରାଗିକି ପ୍ରେମିକା ମୁହଁକୁ ଛିଞ୍ଚାଡି

ସୋଫାରେ ବସିଲା ଯାଇ

ଡ଼ାର୍କ ଚକଲେଟ ଆଣିଲନି କିଆଁ

କହିଲା କୋପଭର ହୋଇ


କଂଜୂସ ପ୍ରେମିକ ହସିକି କହିଲା

ଚକଲେଟ ଖାଇବା ମନା

ମଧୁମେହ ରୋଗ ଅତି ମାରାତ୍ମକ

ମୋ ଆଡେ ଟିକେ ଅନା


ଚକଲେଟ ଦିବସେ ରାଗୁଛୁ କିଆଁ ଲୋ

ସମ୍ପର୍କ ତ ଆମ ମିଠା

ଚିନି ମୁହେଁ ଦେଇ ଦିବସ ପାଳିବା

ମୁହଁକୁ ଟିକେ ଉଠା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance