Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଚିଠି

ଚିଠି

1 min
192



ତମ ଚିଠି ଏତେ ମତେ କିଆଁ ଭଲ ଲାଗେ

ଯେତିକି ପଢଇ ସେତିକି ଆନନ୍ଦ ଜାଗେ ।


ଥରେ ପଢି ମନ ବୁଝେ ନାହିଁ ଜମା

ଶତ ବାର ପଢି କରେ ତା ତର୍ଜମା ।


ପ୍ରଥମ ପଢ଼ାରେ ସପନ ଆସଈ ପାଶେ

ବଉଳ ହକଳା, ମଳୟ ସୁରଭି ଶ୍ୱାସେ ।


ଦ୍ଵିତୀୟ ପଢ଼ାରେ ମଳୟ ବହି ଗଲା କି

ଜାଗେ ମୋ ହୃଦୟ ଡାକୁଛ କି ତମେ ସକ୍ଷୀ ।


ତୃତୀୟ ପଢ଼ାରେ ଅମୃତ ଝରି ପଡେ

ମନ ଚାହେଁ ନାହିଁ ରହିବାକୁ ଦୂର ନୀଡେ ।


ଚତୁର୍ଥ ବାରେ ପଢ଼ାରେ ନିଜକୁ ଯାଏ ମୁଁ ଭୁଲି

ପ୍ରିୟା ପ୍ରିୟା ବୋଲି ମୋ ଅଧର କରେ ବୋବାଳି ।


ସତେ ତୁମ ଚିଠି ମତେ ଏତେ କିଆଁ ଭଲ ଲାଗେ

ଜଡ଼ାଇ ଦେଲ ତୁମେ, ତୁମ ଗଭୀର ଅନୁରାଗେ ।


ଗୋଟିଏ ହାତେ କେବେ ବାଜିଛି

କି ତାଳି ଦୁନିଆଁ ଯୁଗଳର ବନ୍ଧନ ତ ଶଙ୍ଖାଳୀ ।



Rate this content
Log in

Similar oriya poem from Inspirational