STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଚିତା ଲାଗି ହେବେ ଦିଅଁ

ଚିତା ଲାଗି ହେବେ ଦିଅଁ

1 min
201


ଶ୍ରାବଣ ଉଆଁସ ଆଜିରେ

   ଚିତା ଲାଗି ହେବେ ଦିଅଁ

ରତ୍ନ ସିଂହାସନ ଉପରେ ବିରାଜି

   ଝଟକିବେ ତିନି ଦିଅଁ ।

  ଶ୍ରାବଣ


ପତି ମହାପାତ୍ର କରନ୍ତି ସଂସ୍କାର

  ଭାଇ ଭଉଣୀ ଙ୍କୁ ସ୍ନେହେ

ଝଟକିବେ ପରା ଜଗତ ଠାକୁର

  ଦେଖିଦେଲେ ମନ ମୋହେ

ଭାଇ ବଳଭଦ୍ର ଭଗିନୀ ସୁଭଦ୍ରା

  ଜଗବନ୍ଧୁ କଳା ମୁହଁରେ।

  ଶ୍ରାବଣ


ଦଇତା ପତି ଏ ଅତି ସରାଗରେ

  ସଜେଇ ଦେବେରେ ଚିତା

ହୀରା ଚିତା ଲାଗି ହେବେ ହେବେ ଜଗବନ୍ଧୁ

  ବଳରାମ ନୀଳା ଚିତା

ମାଣିକ୍ୟ ଚିତାରେ ସୁଭଦ୍ରା ସୁନ୍ଦର

  ଦେଖି ଆନନ୍ଦିତ ପ୍ରାଣରେ।

  ଶ୍ରାବଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational