ଚିରଞ୍ଜିବୀ ଭାବନା
ଚିରଞ୍ଜିବୀ ଭାବନା


ଭାବନା ଗୁଡ଼ିକ ଫୁଟେ
କେବେ ଫୁଲ ଭଳି
ଆଉ କେବେ ପାଣି ଫୋଟକା ଭଳି ।
କଢ଼ ଧରେ କେଉଁ ଟିକେ ଛୋଟ କଥାରୁ
ବଡ଼ ହୁଏ ଏକାନ୍ତରେ ପୁଣି
ନୀରବରେ ଫୁଟି ମିଳେଇ ଯାଏ
କିମ୍ବା ଧିରେ ଧିରେ ମଉଳି ଯାଏ ।
ଏହି ପାଣି ଫୋଟକା ଭିତରେ,
କଢ଼ ଭିତରେ ଥାଏ କ'ଣ ?
ପବନ ଟିକିଏ , ବାସ୍ନା ଟିକିଏ
କେଉଁ ଅଜଣା ମୁଲକର ।
ଜୀବନ ଅନୁଭବ , ସମ୍ବେଦନାର
ସେଇ ପବନ ଆଉ ବାସ୍ନା
ମନ ଗହୀରରେ ରହିଯାଇଥିବା
କାମନାର ମଞ୍ଜିରୁ ଜନ୍ମେ&nbs
p;।
ଯାହା ଭାବନା ହୋଇ ଫୁଟେ ,
ବାସେ ଆଉ ମିଳେଇ ଯାଏ
ଛାଡ଼ି ଯାଏ କିଛି ମଞ୍ଜି
ପୁଣି ଚରିଯିବା ପାଇଁ
ପୃଥିବୀ ଆଉ ଆକାଶ ସାରା ।
କିଛି ଫୁଲ ଆଉ ପାଚିଲା ଫଳର
ବାସ୍ନା ଚହଟି ଉଠେ
ସମସ୍ତେ ସେ ବାସ୍ନାର ମୋହରେ ,
ସେ ଫଳର ଲୋଭରେ
ମତୁଆଲା ହୁଅନ୍ତି ।
କିଛି ଭୋକିଲାଙ୍କ ଭୋକ
ଶାନ୍ତ କରେ ସେ ଫଳସବୁ
ତାଙ୍କରି ଦେହ ମନରେ ସେ ମିଶିଯାଏ
ଆଉ ବାସ କରେ ଯୁଗ ଯୁଗ ଧରି ,
ସମୟ ଆଉ ସଭ୍ୟତାର ଉର୍ଦ୍ଧ୍ବରେ ।