STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଚିନ୍ତାରୁ ମୁକ୍ତି

ଚିନ୍ତାରୁ ମୁକ୍ତି

1 min
235

ଚିନ୍ତା କଲେ ଖାଲି ହୁଏନି ସମସ୍ୟା

ସମାଧାନ କିମ୍ବା ଯୋଜନା

କାର୍ଯ୍ୟକାରୀ କରି କାର୍ଯ୍ୟରେ ଦେଖାଇ

ପାରିଲେ ସଫଳ କାମନା

ଚିନ୍ତା ଖାଏ ଗଣ୍ଡି,ଲୁଣ ଖାଏ ହାଣ୍ଡି

ରହିଅଛି କଥାରେ,ପରା

ଚିନ୍ତାକରି କିଛି ଲାଭ ନାହିଁ ଭାଇ

ବିନା ପ୍ରୟାସରେ ଅସରା

ଯୋଜନା ଥିଲେ ତ ଥାଏ ସମାଧାନ

ପ୍ରୟାସ ପାଇଁ କର ଚିନ୍ତା

ନିଶ୍ଚୟ ତ ପଥ ହୋଇବ ସୁସ୍ପଷ୍ଟ

ମୁକ୍ତିମିଳି ହେବ ଅଚିନ୍ତା

ଯାହା ମୁଁ ପାରିବି ତାହା ହିଁ କରଇ

ଅସମ୍ଭବ ଚିନ୍ତା କରିନି କେବେ

ଯଦି କିଛି ବଡ଼ ସମସ୍ୟା ଆସିଲେ

ବଡ଼ମାନଙ୍କୁ ଆଶିଷ ମାଗେ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract