STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ଚିନ୍ତା କେତେ ହଜାର

ଚିନ୍ତା କେତେ ହଜାର

1 min
382

ସକାଳ ମୋ ପ୍ରିୟା ଠାରେ ରଖି ଥିବୁ ନଜର

ପାରୁନି ମୁଁ ଦେଇ ତାକୁ ଆଜି ଟିକେ ଖବର    

ତା' ମନକୁ ଘାରୁଥିବ ଚିନ୍ତା କେତେ ହଜାର ...।


କଥା ଥିଲା ଦେଖା ହେବ ମଧୁଝରା ହାଟରେ

ନାଆ ମୋର ହଜିଗଲା ଅନାମିକା ଘାଟରେ

ଅଦିନିଆ ବରଷାରେ ବାଟ ମୋର ଭୁଲିଲି

ଦୂରେ ଦୂରେ ବହୁ ଦୂରେ ଭାସି ଭାସି ଆସିଲି

ଚାହୁଁ ଚାହୁଁ ଚଉଦିଗେ ଘୋଟିଗଲା ଅନ୍ଧାର ..।


ଶୁଅରେ ମୁଁ ଭାସୁଥିଲି ନାଆଥିଲା ଭରସା

ଖୋଜୁଥିଲି ପ୍ରାୟାକୁ ମୋ ବାଦ କଲା ବରଷା

ସୁରୁଯ ଆସିଲା ଉଇଁ ହଟିଗଲା ଉଆଁସ       

ନିରିଜନ ଦୀପରେ ମୋ ନାଆମାରେ ନିଶ୍ବାସ      

ଆଖି ପାଉନାହିଁ କାହିଁ ମୋ ପ୍ରିୟାର ସହର ..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance