STORYMIRROR

SUJATA DAS

Classics

3  

SUJATA DAS

Classics

ଚିଲିକା

ଚିଲିକା

1 min
271

ନୀଳାମ୍ବର ଛବି 

    ନୀଳମ୍ବୁର ବୁକେ 

     ନାନା ଭ୍ରମ ମନେ ଗଢେ, 

ନୀଳ କବରୀତା 

    ନୀଳ ବଉଦରେ 

      ଅପରୂପ ଶୋଭା ବଢେ ।

ନବାକ୍ଷରୀ ଛନ୍ଦେ 

    ନୃତ୍ୟ ରଚେ ଉର୍ମି 

      ସୁଷମା ସମ୍ଭାର ଭରି, 

ନୀଳ ଯଉବନା 

     ନୀଳମ୍ବୁ ଚିଲିକା 

       ମରାଳ ମାଳିନି ଧରି ।

ନୀର ଭେଦି ଉଠେ 

    ଐରାବତ ଢେଉ 

     . ଭିତ୍ତି ସଞ୍ଚରଇ  ମନେ, 

ନୀଳ ଅଙ୍ଗେ ଭରା 

    ଶୈଳ ଦ୍ବୀପ ମାଳ 

       ସୁଶୋଭିତ ନଳ ବନେ ।

ନବ ଦୁର୍ବାଦଳ 

    ଶୈବାଳ ଅରଣ୍ୟ 

       ସ୍ନିଗ୍ଧ ମନୋହର  ବେଶ, 

ନୀଳ ରମ୍ଭାରାଣୀ 

     ସୁରମ୍ୟ ତଟିନୀ 

       ସ୍ୱର୍ଗ ସୁଷମାର ଦେଶ ।

ନୟନ ବିମୁଗ୍ଧ 

     ନିଁମ୍ମିଳିତ ଭାବ 

        ସୁଷମା ବିମଣ୍ଡି କେତେ, 

ନିମଗ୍ନ ହୃଦୟ 

     ନିର୍ଲିପ୍ତ ପ୍ରତ୍ୟୟ 

        ଭରେନାହିଁ ମନ  ସତେ ।


Rate this content
Log in

Similar oriya poem from Classics