STORYMIRROR

kamal kumar dash

Children

4  

kamal kumar dash

Children

ଛୋଟ ମୋର କଥା କୁହା କଣ୍ଢେଈ ସିଏ

ଛୋଟ ମୋର କଥା କୁହା କଣ୍ଢେଈ ସିଏ

1 min
232

ଛୋଟ ମୋର କଥା କୁହା କଣ୍ଢେଈ ସିଏ  

ଛୋଟ ମୋର କଥା କୁହା କଣ୍ଢେଈ ସିଏ 

ଗୀତ ଗାଇ ହସି ହସି ସେ ନାଚୁ ଥାଏ 

ଓଢଣା ପକାଇ କେବେ ମୁଣ୍ଡ ନୁଆଁଏ

ପରି ସାଜି ସମସ୍ତଙ୍କୁ ହସାଉ ଥାଏ (୧)


କଢେଇରେ ଭାତ ରାନ୍ଧି ଖୁଆଉ ଥାଏ

ଠାକୁରଙ୍କୁ ଫୁଲରେ ସେ ସଜାଉଥାଏ

ଇଞ୍ଜେକ୍ସନ ଧରି କେବେ ଡାକ୍ତର ହୁଏ

 ଛୋଟ ମୋର କଥା କୁହା କଣ୍ଢେଈ ସିଏ (୨)

ରାଗିଲେ ରାମ୍ପୁଡେ ଆଉ କାମୁଡି ଖାଏ 

ଟିକିଏ କଥାରେ କାନ୍ଦି ମୁଣ୍ଡ ବାଡାଏ 

ସମସ୍ତଙ୍କ ଜେଲି ସେଟ ବିଲେଇ ଟିଏ 

ଛୋଟ ମୋର କଥା କୁହା କଣ୍ଢେଈ ସିଏ(୩)

କେତେସେ ସପନ ଆଣେ ଆମ ଆଖିରେ 

କଟିଯାଉ ଆମ ଦିନ ତାର ସାଥିରେ 

ବlକି ସବୁ ପ୍ରଭୁଙ୍କର ଚରଣ ତଳେ 

ଛୋଟ ମୋର କଥା କୁହା କଣ୍ଢେଈ ସିଏ(୪ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children