STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଛଳନା

ଛଳନା

1 min
144

ଆଜି ଆସିବ କାଳି ଆସିବ ବୋଲି 

କେବଳ ମୁଁ ଏକା 

ଚାହିଁ ବସିଛି ତମରି 

ଆସିବା ପଥକୁ। 

ତମେ ସତେ ଗୋପୀନାଥ 

ଆସିବ କି ଆଉ ଫେରି 

ଆଜି ବି ଅନାଇ ବସିଛି

ଗୋପରେ ରାଧା ଗୋରୀ। 

ଝୁରୁଛି ସେ କଦମ୍ବ 

ଝୁରୁଛି ଜମୁନା 

ଝୁରୁଛନ୍ତି ଆଜି ସର୍ବ ଗୋପାଙ୍ଗନା

କାହିଁକି କହ କାଳିଆ କଲ ଛଳନା। 

ଛଳିଆ ନାଗର ହେ ମନମୋହନ 

କେମିତି କଟିବ ମୋହର ଦିନ

ତୁମ ବିନା ରହିବ କି ମୋ ଜୀବନ 

କୁହ ଧନ ବାରେ କୁହ ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy