STORYMIRROR

Prakash Ranjan Parida

Tragedy

3  

Prakash Ranjan Parida

Tragedy

ଛାଇ

ଛାଇ

1 min
14.4K




ସ୍ୱପ୍ନର ଭଗ୍ନସ୍ତୁପ ଭିତରୁ

ଚାହେଁନି ମୁଁ ସ୍ୱପ୍ନ ଖୋଜିବାକୁ

ବରଂ ଲିଭେଇ ଦେବାକୁ ଚାହେଁ

କେଉଁ ଅନାଗତ ଅତିଥି ପାଇଁ

ମନ ଭିତରେ ଜଳୁଥିବା

ପ୍ରତୀକ୍ଷାର ଦୀପାଳୀକୁ ।

ହୃଦୟର ସରଣୀରେ ଆଶାର ନୀଳ କଇଁ

ତୋଳିବାକୁ ହାତ ବଢ଼ାଇଲେ ଘୁଂଚିଘୁଂଚି ଯାଏଅନେକ ବେଳେ ସ୍ମୃତିକୁ ସାମ୍ନା କରୁକରୁ

ଲୋତକେ ଆଖି ଭିଜିଯାଏ।

କେତେବେଳେ କେତେ ଛାଇ ପଡେ ମନର ଚହଲା ପାଣିରେ

ଛାଇକୁ ନେଇ କିନ୍ତୁ ସ୍ୱପ୍ନ ଦେଖିଲେ

ସ୍ୱପ୍ନ ଭାଂଗିଯାଏ

ଜୀବନ ଲହୁଲୁହାଣ ବି ହୁଏ ।।


...

Email:litp.ranjan@gmail.com


Rate this content
Log in

Similar oriya poem from Tragedy