ଛାଡିଦେଇଥିବା କୁଅଭ୍ୟାସ
ଛାଡିଦେଇଥିବା କୁଅଭ୍ୟାସ
ବାଳୁତ ବେଳରେ
କିଶୋର କାଳରେ
କୁସଂଗତ ଦୋଷେ ପଡି
ଅଜାଣତ ଭାବେ
ଭୂଲ ଅନୁଭବେ
ପଥ ଯାଇଥିଲି ହୁଡି।
ସିଗାରେଟ ଟଣା
ବିଅର ଚାଖଣା
ଭୋଜି ଭାତ ମହୋତ୍ସବେ
ଲୁଚାଇ ଲୁଚାଇ
ଚୋରଙ୍କ ଭଳିଆ
ଖାଉଥିଲୁ କେବେ କେବେ।
ଚୋରଟିର ଘର
ସବୁବେଳ ପାଇଁ
ଅନ୍ଧାର ନଥାଏ କେବେ
କେବେ ନାହିଁ କେବେ
ପଡିଥାଏ ଧରା
ଜାଣିଥାନ୍ତି ଜନେ ସର୍ବେ।
ଭଉଣୀକୁ ଥରେ
କହୁକହୁ ଦିନେ
କହିଦେଲି ସବୁ କଥା
ସେହିକ୍ଷଣ ଠାରୁ
ଛାଡିବାକୁ ସବୁ
ଛୁଆଁଇ କହିଲା ମଥା।
ସେହି ଦିନ ଠାରୁ
ଆଉ କେବେହେଲେ
ଛୁଇଁ ନାହିଁ ସେଇ ବିଷ
ଏହି ସଦାଚାର
ପାଇଁ ମହାପ୍ରଭୁ
ଥାଉ ତୁମରି ଆଶିଷ।
