STORYMIRROR

Sudhir Kumar Panda

Inspirational Others

2  

Sudhir Kumar Panda

Inspirational Others

ଛାଡିଦେଇଥିବା କୁଅଭ୍ୟାସ

ଛାଡିଦେଇଥିବା କୁଅଭ୍ୟାସ

1 min
112

ବାଳୁତ ବେଳରେ

କିଶୋର କାଳରେ

କୁସଂଗତ ଦୋଷେ ପଡି

ଅଜାଣତ ଭାବେ

ଭୂଲ ଅନୁଭବେ

ପଥ ଯାଇଥିଲି ହୁଡି।

ସିଗାରେଟ ଟଣା

ବିଅର ଚାଖଣା

ଭୋଜି ଭାତ ମହୋତ୍ସବେ

ଲୁଚାଇ ଲୁଚାଇ

ଚୋରଙ୍କ ଭଳିଆ

ଖାଉଥିଲୁ କେବେ କେବେ।


ଚୋରଟିର ଘର

ସବୁବେଳ ପାଇଁ

ଅନ୍ଧାର ନଥାଏ କେବେ

କେବେ ନାହିଁ କେବେ

ପଡିଥାଏ ଧରା

ଜାଣିଥାନ୍ତି ଜନେ ସର୍ବେ।

ଭଉଣୀକୁ ଥରେ

କହୁକହୁ ଦିନେ

କହିଦେଲି ସବୁ କଥା

ସେହିକ୍ଷଣ ଠାରୁ

ଛାଡିବାକୁ ସବୁ

ଛୁଆଁଇ କହିଲା ମଥା।


ସେହି ଦିନ ଠାରୁ

ଆଉ କେବେହେଲେ

ଛୁଇଁ ନାହିଁ ସେଇ ବିଷ

ଏହି ସଦାଚାର

ପାଇଁ ମହାପ୍ରଭୁ

ଥାଉ ତୁମରି ଆଶିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational