STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ଚେତାବନୀ

ଚେତାବନୀ

1 min
27

        

 ଆଶାର ଆଲୋକର ଉଦ୍ଗିରଣ ହେବ

             ଆଉ ପୁଣି ଥରେ ଏଇ ଦୁନିଆଁ ହସିବ

ସାହାସ ଆଉ ଦୃଢ ଇଚ୍ଛା ଶକ୍ତି ଦ୍ୱାରା

             ପୁଣିଥରେ ଖୁସି ଲେଉଟି ଆସିବ।

ହେଲେ ଭୁଲ୍ ଯୋଗୁଁ ଦଶା ଯେ ବଢୁଛି

             ତଥାପି ବି କିଛି ଚିନ୍ତା ନାହିଁ

ଅମାନୁଷିକ କାର୍ଯ୍ୟ କୁ ବାରମ୍ବାର କରି

          ମାନବିକତା କୁ ଦେଉଛେ ହରାଇ।

କେତେ ଆଉ ନିଜକୁ ନିଚ୍ଚା ଦେଖାଇବା

        ନିଜର ବଦନାମ କରିବା

ଶ୍ରେଷ୍ଠ ଜୀବ ବୋଲି କେତେ ଆଉ

         ନିଜକୁ ନିଲାମ କରିବା।

ଜୀବନ ରେ ଭୁଲରୁ ଶିକ୍ଷା ଲାଭ କରି

           ଆମେ ଆଗକୁ ଗତିକରିବା

ପରିବର୍ତ୍ତନ ର ଅନ୍ୟ ନାମ ଯେ ଜୀବନ

         ଯାହା ଆମେ କେବେ ନଭୁଲିବା।

ଦୟା, ସ୍ନେହ, ପ୍ରେମ ର ଆମେ

                ରାଗିଣୀ ଗାଇବା

କାହାର କ୍ଷତି ଆମେ

           କେବେ ନ ଚାହିଁବା।

ତେବେ ଯାଇ ଆମେ ସିନା

        ଶାନ୍ତି ରେ ରହିବା

ନହେଲେ ତୁଣ୍ଡି ବାନ୍ଧି

        ନିତି ବୁଲିଥିବା।

ସମୟ ପୁର୍ବରୁ ଯଦି ସମଗ୍ର ମନୁଷ୍ଯ ଜାତି

           ସତର୍କ ହୋଇବା

ତେବେ ଯାଇ ଆଶାର

        ଆଲୁଅରେ ଆଲୋକିତ ହେବା।


Rate this content
Log in

Similar oriya poem from Inspirational