ଚାନ୍ଦଦେଶ ଅଭିଯାନ
ଚାନ୍ଦଦେଶ ଅଭିଯାନ
ବିଜ୍ଞାନ ଗୋଟିଏ ଜ୍ଞାନ କୌଶଳ ର
ହିସାବ ନିକାଶ ଖେଳ ।
କେତେ ଅଙ୍କକସା ଜ୍ଞାନର ବେଉସା
ନ ଖାଇଲା ନାହିଁ ମେଳ।
ମନ କରନାହିଁ ଉଣା ।
ଚେଷ୍ଟା ଜାରିରହୁ ,
ଉତ୍ସାହ ନ ଯାଉ,
ନିଶ୍ଚେ ହୋଇବ ଭରଣା ।।
ଚନ୍ଦ୍ରାୟନ ଟୁ ପ୍ରୋଜେକ୍ଟ ଟା ଯଦି
ଟିକକରେ ଫେଲ୍ ହେଲା ।
ହେ ବୀର ବିଜ୍ଞାନୀ ଦୋଷ ମୁଣ୍ଡାଅନି
ହେବାର ଯା ଥିଲା ହେଲା ।
ମନଦୁଃଖ କରନାହିଁ ।
ସବୁ ଭାରତୀୟ ତୁମ ସହ ଅଛୁ
ସବୁ ଭେଦଭାବ ଡେଇଁ।
ବିଜୟୀ ର ଟିକା
ପିନ୍ଧିବା ପାଇଁ କି
ସମୟ ଟିକିଏ ଲୋଡା ।
ପଛଘୁଞ୍ଚା କେବେ ଦିଏନି ସୈନିକ
ସେ ତ ଅଲଗା ଧାତୁରେ ଗଢା।
ଇସ୍ରୋର ସୈନିକ ଭାଇ
ଚେଷ୍ଟାକୁ ଛାଡିବ ନାହିଁ ।
ତୁମ ପରିଶ୍ରମ ଫଳକୁ ଦେଖିବା ପାଇଁ
ସାରା ଭାରତ ରହିଛି ଚାହିଁ ।।
