Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gouri Panda

Classics

3  

Gouri Panda

Classics

ଚାଲ ଯୋଡିଦେବା ମନକୁ ମନ

ଚାଲ ଯୋଡିଦେବା ମନକୁ ମନ

1 min
417



ନେଇଛୁ ଜନମ ଏ ଧରା ଧାମରେ

ସୁନ୍ଦର ଜନମ ମଣିଷ ରୂପରେ। 


ଭାବରେ ଯୋଡୁଛୁ ଭାବନାର ଡୋରୀ 

ଏମିତି କା ମନ ଅଛି କି କାହାରି ? 


ମନକୁ ଯୋଡିବା ମନର ଭାବରେ

ଭାବନା ତ ଏଠି ଅଭାବ ଆଜିରେ। 


ଆଜି ଏ ସଂସାରେ ମନ ହିଁ ତ ନାହିଁ 

ତେଣୁଜନ୍ମୁ ନାହିଁ ଭାବନା କା'ପାଇଁ। 


ଅତୀତରେ ଥିଲା ମଣିଷ ପଣିଆ 

ମନ ଦେଇ କିଣୁଥିଲେ ଯେ ଦୁନିଆ। 


ବିଜ୍ଞାନ ର ଯୁଗ ଚାଲିଛି ବୋଲିତ

କମ୍ପ୍ୟୁଟର ହାତେ ମନର ପଣତ। 


ମନ ବୋଲି କାହା ପାଖରେ ଅଛି କି

ଅନଲାଇନ ରେ ଭାବ ହେଉଛି ଯୋଡିକି।


ଆପଣା ର ଲୋକ ଭଲ ଲାଗୁନାହିଁ 

ଅଜଣା ସମ୍ପର୍କ ଗଢି ଉଠୁଛଇ।


ଫେସବୁକ ଠାରେ ମନ ଯୋଡିହୁଏ

ୱାଟସପ ରେ ପୁଣି ସମ୍ପର୍କ ବଢାଏ।


ପାଖେ ଥାଉ ପଛେ ଆପଣର ଲୋକ 

ବୁଝନ୍ତି ନି କେହି ତାର ମନ ଦୁଃଖ। 


ଏ କି ବିଡମ୍ବନା, ସଂସାର ଚାଳନା 

ମନ ପାଶେ ଥାଇ ଯୋଡି ଯେ ହୁଏନା। 


କେମିତି ଯୋଡିବା ମନ ସହ ମନ

ଆଜି ଏ ସଂସାରେ ଏତ ବଡ ପ୍ରଶ୍ନ ? 



Rate this content
Log in