STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଚାଲ କିଛି ବାସ୍ନା ଭରିଦେବା....

ଚାଲ କିଛି ବାସ୍ନା ଭରିଦେବା....

1 min
242

ଚାଲ କିଛି ଉଷ୍ମତାର କଅଁଳ ଆଞ୍ଚରେ

ସେକିଦେବା ଅତୀତର ଅବସାଦ ଯେତେ

ସାଉଁଟି ଆଣିବା ଭାଙ୍ଗିପଡିଥିବା ସ୍ୱପ୍ନ ସବୁକୁ

ଯୋଡ଼ିଦେବା ସମ୍ଭାବନାର ନୂଆ ରଙ୍ଗ ବୋଳି। 


ଚାଲ ଦରଭଙ୍ଗା ମନଗୁଡ଼ାକୁ ସଜାଡ଼ି ବସିବା

ପ୍ରେମର କଳାଚାତୁରୀରେ ପ୍ରାଣବନ୍ତ କରି

ପୁଷ୍ପିତ କରିବା ମିଶି ସବୁ ଓଠ ଧାର

ହସର ବଉଳ ଯେହ୍ନେ ପଡୁଥିବ ଧରାପରେ ଝରି। 


ଚାଲ ଅଧା ରହିଥିବା ସେ ପୁରୁଣା କବିତାକୁ

ବାକି କିଛି ଧାଡ଼ି ଯୋଡ଼ି କରିବା ପୂର୍ଣ୍ଣାଙ୍ଗ

ଜିଭ ତଳେ ଲୁଚିଥିବା ଅପ୍ରକାଶ୍ୟ ମନ କଥା ସବୁ

କାହା ଆଗେ କହିଦେବା ମନ ଖୋଲି ଥରେ। 


ଚାଲ ଛିଡି ଯାଇଥିବା ସମ୍ପର୍କର ସୁତାଖିଅ ଯେତେ

ଯୋଡ଼ି ଦେବା ପ୍ରେମର ଅଫିଟା ଗଣ୍ଠିରେ

ବାଜେ ଯେତେ ବସା ବାନ୍ଧିଥିବା ଅଡ଼ୁଆ ଅଳନ୍ଧୁ

ଝାଡ଼ିଦେଇ ନିଃଶ୍ୱାସ ନେବା ମୃଦୁ ଆଶ୍ୱସ୍ତିରେ। 


ଚାଲ ବିବେକର ମନଲୋଭା ମଳୟ ସୁବାସେ

ଭରିଦେବା ଚେତନାର ଗଭୀରତା ଯାଏଁ

ପ୍ରୀତିର ସବୁଜିମାରେ ସ୍ୱମଣ୍ଡିତ ହୋଇ

ଛୁଇଁଯିବା ମିତ୍ରଠାରୁ ଚିରଶତ୍ରୁ ଯାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational