STORYMIRROR

Satyanarayan Sahoo

Comedy Action Classics

4  

Satyanarayan Sahoo

Comedy Action Classics

ଚାଲ ଖେଳ

ଚାଲ ଖେଳ

1 min
395

ଯେତେ ସବୁ ଠକ ଟାଉଟର ଲୋକ

ଶଠ କଉଶଳ ମାନ

ଆବିଷ୍କାର କରି ଆନ ଧନ ହରି

ଚାଲ ଖେଳୁ ଥାନ୍ତି ଜାଣ ।


ପାଣିରେ ପକାନ୍ତି ସର ନିତି ନିତି

କାଟନ୍ତି ଅନେକ ଚିତା

ଠକାମି କାମରେ ଓସ୍ତାଦ ଯେ ଖରେ

ହରେ ଅପର ର ଚିନ୍ତା ।


ଅନ୍ଯର ପଥରେ କଣ୍ଟା ଯେ ଫୋପାଡେ  

ହରି ନିଏ ଆନ ଧନ

ଦୁଃଖି ଦରିଦ୍ରର ଅହିତ ସକଳ

କରୁ ଥାନ୍ତି ଆୟୋଜନ ।


ଅସାମାଜିକ ଏ ଖେଳି ଥାନ୍ତି ସର୍ବେ

ସିନା ନିତି ନିତି ଚାଲ

ଲାଞ୍ଚେ ମିଛେ ଜିତି ଦେଖାନ୍ତି ଫିସାତି

ଛିଡାନ୍ତି ଆଇନ ଜାଲ ।


ଯେତେ ଛଳବଳ କୂଟ କଉଶଳ

ସବୁ ତାଙ୍କରି ଆୟତ

ଆପଣା ପାଠରେ  ସାଧନ୍ତି ଶାଠରେ

ଠକାମି କାମେ ସତତ ।


ଶାଠ ଆଉ ଧନ ଅଟେ ପ୍ରୟୋଜନ

ଖେଳି ଜିତିବାକୁ ଚାଲ

ଓକିଲ ପୋଲିସି ଦାଦା ଦାଗୀ ପୋଷି

ହୁଅନ୍ତି ସେ ମାଲାମାଲ ।


ପୋତି ନିତି କୀଳା  କଳା କରି ଧଳା

ମାରନ୍ତି ନିତି ଫୁଟାଣି

ଚିତା କାଟି କାଟି  କାଦ ଛାଟି ଛାଟି

ଭାଷନ୍ତି ମଧୁର ବାଣୀ ।


ମନୋହର ଭେକ ବକ ଧାରମିକ

ବିରାଡି ବୈଷ୍ଣବ ମାନେ

ଭାଣ୍ତ ଲୀଳା ରଚି ଭଣ୍ତାଇ  ଖାଆନ୍ତି

ନିରୀହ ନିଷ୍ପାପ ଜନେ ।


ତାଙ୍କ ଚାଲଖେଳ ଚଲାକି କୌଶଳ

ବିଜ୍ଞ ଜନେ ଅଗୋଚର

ଅସଂଖ୍ଯ ଅନେକ ଚେଲା ସାଜି ତାଙ୍କ

ହୋଇ ଯାନ୍ତି ବଚଷ୍କର ।


Rate this content
Log in

Similar oriya poem from Comedy